ଗାୟବ ହୋଇଯିବ ଚନ୍ଦ୍ର! ଚାଞ୍ଚଲ୍ୟକର ରିପୋର୍ଟ ଦେଲା ନାସା

ଓ୍ବାଶିଂଟନ୍‌,୩୦।୧: ଗାୟବ ହୋଇଯିବି ଜହ୍ନମାମୁଁ। କମୁଛି ଚନ୍ଦ୍ରର ଆକାର । ଚନ୍ଦ୍ରପୃଷ୍ଠ ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛନ୍ତି ‘ନାସା’ । ଚନ୍ଦ୍ରପୃଷ୍ଠ ଦିନକୁ ଦିନ ଛୋଟ ହେଉଯାଉଛିି ବୋଲି ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେଶନ କହିଛି। ତେବେ ଏହା ବର୍ତ୍ତମାନର ପରିବର୍ତ୍ତନ ନୁହେଁ ଶହେ-ନିୟୁତ ବର୍ଷ ଧରି ଚନ୍ଦ୍ରପୃଷ୍ଠର ଆକାରରେ ପରିବର୍ତ୍ତନ ଆସୁଥିବା ଗବେଷଣାକୁ ଜଣାପଡ଼ିଛି । ଏହି ପ୍ରକ୍ରିୟା ଚନ୍ଦ୍ରରେ ଭୂମିକମ୍ପ ପାଇଁ ସମ୍ଭବ ହେଉଛି ବୋଲି ଜଣାପଡିଛି ।

ଜାନୁଆରୀ ୨୫ରେ ପ୍ଲାନେଟାରୀ ସାଇନ୍ସ ଜର୍ଣ୍ଣାଲ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୧୫୦ ଫୁଟ ପର୍ଯ୍ୟନ୍ତ ଚନ୍ଦ୍ରର ପାରିପାର୍ଶ୍ୱିକ ଆକାର ସଙ୍କୁଚିତ ହୋଇଛି । ଏଥିସହ ଚନ୍ଦ୍ରର ଇଣ୍ଟରନାଲ କୋର୍‌ ଶୀତଳ ହେବାରେ ଲାଗିଛି । ଚନ୍ଦ୍ରପୃଷ୍ଠରେ ଏହି ପରିବର୍ତ୍ତନ କ୍ରମାଗତ ଭାବେ ଲାଗି ରହିଛି। ଚନ୍ଦ୍ରର କ୍ରଷ୍ଟ ପାର୍ଟରେ ଭୂମିକମ୍ପ ଯୋଗୁ ଏଭଳି ହେଉଥିବା ଜଣାପଡିଛି ।

ଦି ସ୍ମିଥ ଏରିଜୋନା ଷ୍ଟେଟ ୟୁନିଭରସିଟି ଓ ୟୁନିଭରସିଟି ଅଫ ମେରାଲାଣ୍ଡରେ ଚନ୍ଦ୍ରକୁ ନେଇ ଏପରି ଚାଞ୍ଚଲ୍ୟକର ରିପୋର୍ଟ ନାସାର ସ୍ସେସ ବୈଜ୍ଞାନିକମାନେ ଦେଇଛନ୍ତି । ବୈଜ୍ଞାନିକମାନେ ଖୁଲାସା କରିଛନ୍ତି, ଚନ୍ଦ୍ରର ସଙ୍କୁଚିତ ପ୍ରକ୍ରିୟା ନିୟୁୁତ ବର୍ଷ ଧରି ଜାରି ରହିବା ଫଳରେ ଚନ୍ଦ୍ରର ଆୟତନ ପରିବର୍ତ୍ତନ ହେବାରେ ଲାଗିଛି ।

Share