ନାସାର ଭବିଷ୍ୟବାଣୀ: ୨୦୩୦ରେ ଆସିବ ଭୟଙ୍କର ବନ୍ୟା ପରିସ୍ଥିତି

ଓ୍ବାଶିଂଟନ୍‌,୧୩।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ପାଗ ଦ୍ରୁତ ଗତିରେ ବଦଳୁଛି। ଏହି କାରଣରୁ ଗ୍ଲେସିୟର୍‌ ତରଳି ଯାଉଛି ଏବଂ ଅନେକ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ଅଧ୍ୟୟନରେ ଦାବି କରିଛି ଯେ, ଚନ୍ଦ୍ର ପାଗ ପରିବର୍ତ୍ତନର କାରଣ ହୋଇପାରେ। ଜଳବାୟୁ ପରିବର୍ତ୍ତନ ହେତୁ ୨୦୩୦ ମସିହାରେ ସମୁଦ୍ରର ଜଳସ୍ତର ବୃଦ୍ଧି ସହିତ ଚନ୍ଦ୍ରର କକ୍ଷପଥରେ ଦୋଦୁଲ୍ୟମାନ ହେବ ଯାହା ଫଳରେ ପୃଥିବୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ନାସାର ଏହି ଅଧ୍ୟୟନ ରିପୋର୍ଟ ଜୁନ ୨୧ରେ ପ୍ରକତି ଜଳବାୟୁ ପରିବର୍ତ୍ତନ ପତ୍ରିକାରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ, ଚନ୍ଦ୍ରରେ ହଲଚଲ୍‌ ହେତୁ ପୃଥିବୀରେ ଆସିବାକୁ ଥିବା ବନ୍ୟା ପରିସ୍ଥିତିକୁ ‘ବନ୍ୟା ଉପଦ୍ରବ’(nuisance floods) କୁହାଯାଇଛି। ଏହି ପ୍ରକାର ବନ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିଥାଏ, ଯେତେବେଳେ ସମୁଦ୍ରର ତରଙ୍ଗ ହାରାହାରି ଦୈନିକ ଉଚ୍ଚତାଠାରୁ ୨ ଫୁଟ ଅଧିକ ଉଚ୍ଚତାରେ ଉଠେ। ଘର ଏବଂ ରାସ୍ତା ସବୁ ଜଳମଗ୍ନ ହୋଇ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୁଏ।
ନାସା ଅଧ୍ୟୟନ ଅନୁଯାୟୀ, ୨୦୩୦ ଦଶକ ମଧ୍ୟଭାଗ ପର୍ଯ୍ୟନ୍ତ ଅଶାନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିବ। ଆମେରିକାର ଉପକୂଳରେ ସମୁଦ୍ର ତରଙ୍ଗ ସାଧାରଣ ଉଚ୍ଚତାଠାରୁ ତିନି ଚାରି ଫୁଟ ଉଚ୍ଚରେ ରହିବ ଏବଂ ଏହି ଧାରା ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ। ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ବର୍ଷସାରା ବନ୍ୟା ପରିସ୍ଥିତି ନିୟମିତ ରହିବ ନାହିଁ। ଅଳ୍ପ କିଛି ମାସ ପର୍ଯ୍ୟନ୍ତ ଏହି ବନ୍ୟା ପରିସ୍ଥିତି ରହିବ, ଯାହା ବିପଦ ବଢାଇବ।

Share