ଦୁର୍ଘଟଣାରେ ଚାଲିଗଲା ମୋପେଡ୍‌ ଚାଳକଙ୍କ ଜୀବନ

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି-ଗିରିଆ ଗ୍ରାମ ରାସ୍ତାରେ ଏକ ଦୁର୍ଘଟଣା ଘଟି ଜଣେ ମୋପେଡ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଏପରିକି ମୋପେଡରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ହିଞ୍ଜିଳି ଥାନା ଶିକିରି ଗ୍ରାମର କାମି ନାହାକ(୬୦)। ଗୁରୁତର ଜଣଙ୍କ ସେହି ଗ୍ରାମର କାଶିନାଥ ବେହେରା(୫୮)। ଉଭୟେ ଶିକିରିରୁ ଗିରିଆ ଯାଉଥିବା ବେଳେ ବାଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ୍‌ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାମିଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଦୁର୍ଘଟଣା ସ୍ଥଳରୁ ମୋପେଡକୁ(ନଂ.ଓଡି୦୭ଆର ୬୭୬୧) ଜବତ କରିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share