ମୁରାଦାବାଦ୍,୨୪।୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପରେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ୧୫ ବର୍ଷୀୟ ବାଳକଙ୍କୁ ଏକ ନିଆରା ଦଣ୍ଡ ଦିଆଯାଇଛି। କିଶୋର ନ୍ୟାୟ ବୋର୍ଡ(ଜେଜେବି) ପକ୍ଷରୁ ବାଳକଙ୍କୁ ଦଣ୍ଡ ସ୍ବରୂପ ୧୫ ଦିନ ପାଇଁ ସାମାଜିକ ସେବା କରିବା ଏବଂ ୧୦ ହଜାର ଟଙ୍କା ଜୋରିମନା ଦେବାକୁ କୁହାଯାଇଛି। ଫଳରେ ବାଳକଙ୍କୁ ସାର୍ବଜନୀନ ସ୍ଥାନରେ ଗୋଶାଳା ସଫା କରିବାକୁ ପଡ଼ିବ। ନାବାଳକ ଏବଂ ଏହା ପ୍ରଥମ ଅପରାଧ ହୋଇଥିବାରୁ ପୋର୍ଡ ପକ୍ଷରୁ ତାଙ୍କୁ କମ୍ ଦଣ୍ଡ ମିଳିଛି। ସରକାରୀ ଓକିଲ ଅତୁଲ ସିଂ କହିଛନ୍ତି,ଅଭିଯୁକ୍ତ ଜଣଙ୍କ ସୋସିଆଲ ମିଡିଆରେ ଏକ ଉତ୍ତେଜନାମୂଳକ ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଅରଦିତ୍ୟନାଥଙ୍କ ଏକ ବ୍ୟଙ୍ଗ ଚିତ୍ର ଶେୟାର କରିଥିଲେ। ଚଳିତ ମାସ ଆରମ୍ଭରେ ତାଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।