ମୁରାଦାବାଦ,୩୦ ।୮: ଉତ୍ତର ପ୍ରଦେଶର ମୁରାଦାବାଦରେ ଛଜଲୈଟ ଥାନା ଅନ୍ତର୍ଗତ ଦୁହ୍ଲେପୁରର ଏକ ଘରେ ସାମୁହିକ ଭାବେ ନମାଜ ପାଠକୁ ନେଇ ୨୬ ଜଣଙ୍କ ଉପରେ ମାମଲା ହୋଇଥିଲା । ଏବେ ଏହି ମାମଲା ଉଗ୍ର ରୂପ ଦେବା ସହ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାଇସି ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରିଛନ୍ତି । ଅନ୍ୟ ମୁସଲମାନ ନେତା ବି ଏହାକୁ ଭୁଲ ବୋଲି କହୁଛନ୍ତି ।
ଏବେ ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳ ଘରେ ସାମୁହିକ ନମାଜ ପାଠ ଠିକ ନା ଭୁଲ ତାହା ବି ଆଲୋଚନାର ପରିସରକୁ ଆସି ଯାଇଛି । ଏହାସହ ଏଥିପାଇଁ ଏବେ କି କି ଆଇନ ରହିଛି ଓ ପୋଲିସ କି ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି ।