Categories: ଖେଳ

ତୃତୀୟ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଉତ୍ସାହର ସହ ଅପେକ୍ଷା କରିଛି: ସୂର୍ଯ୍ୟକୁମାର

ମଞ୍ଚେଷ୍ଟର,୧୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର ଖେଳାଯିବ। ଦୁଇଟି ମ୍ୟାଚ୍‌ ପରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ଅଛନ୍ତି। ଏଣୁ ଉଭୟ ଦଳ ପାଇଁ ମ୍ୟାଚ୍‌ର ଗୁରୁତ୍ୱ ଅଧିକ। ତେବେ ଭାରତୀୟ ଦଳ ମ୍ୟାଚ୍‌ ଲାଗି ବହୁତ ଉତ୍ସାହିତ ଥିବା ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ କହିଛନ୍ତି।

ଶନିବାର ସନ୍ଧ୍ୟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି, ଆମେ ମ୍ୟାଚ୍‌ ବିଷୟରେ ବେଶି କିଛି ଭାବୁନାହୁଁ। ଟି୨୦ ସିରିଜ ଶେଷ ହୋଇଛି। ଏଥିରେ ଆମେ ବିଜେତା ହୋଇଛୁ। ଏବେ ଆମେ ତୃତୀୟ ଦିନିକିଆ ମ୍ୟାଚ୍‌କୁ ନେଇ ଉତ୍ସାହିତ ଅଛୁ। ପିଚ୍‌ ବହୁତ ଭଲ ରହିଛି। ଏଣୁ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା ଥିବା ସେ କହିଛନ୍ତି।

କହିରଖୁଛୁ, ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦୁଇଟି ଦିନିକିଆରୁ ପ୍ରଥମଟି ଟିମ୍‌ ଇଣ୍ଡିଆ ଜିତିନେଇଥିଲା। ସେହିଭଳି ଦ୍ୱିତୀୟରେ ଇଂଲଣ୍ଡ ବିଜେତା ହୋଇଥିଲା।

Share