Advertisement
Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଟଙ୍କା ଦାନ କଲେ ମୋରାରି ବାପୁ

ନୂଆଦିଲ୍ଲୀ,୨୮।୭: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ଏହାର ଭୂମି ପୂଜା କରାଯିବାର କର୍ଯ୍ୟକ୍ରମ ରହିଛି। ଏବେ ଏହି ରାମ ମନ୍ଦିର ନିର୍ମାଣ ପାଇଁ ସବୁଆଡୁ ସହଯୋଗ ମିଳୁଥିବା ବେଳେ ଆଧ୍ୟାତ୍ମିକ ଗୁରୁ ମୋରାରି ବାପୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ୫ କୋଟି ଟଙ୍କା ଦାନ ଦେବାକୁ ସୋମବାର ଘୋଷଣା କରିଛନ୍ତି। ସେ ତାଙ୍କ ବ୍ୟାସପୀଠରୁ ଏହି ଅର୍ଥ ଦାନ କରିବେ ବୋଲି କହିଛନ୍ତି। ଅନ୍ୟପଟେ ତାଙ୍କର ଚିତ୍ରକୂଟ ଆଶ୍ରମ ପକ୍ଷରୁ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପୂର୍ବରୁ ହେବାକୁ ଥିବା ଭୂମିପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ବଦ୍ରିନାଥର ମାଟି ଓ ଅଳକାନନ୍ଦା ନଦୀର ପାଣି ସେଠାକୁ ପଠାଯିବାର ଯୋଜନା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share