Categories: ଜାତୀୟ

ମୋର୍‌ବୀ ସେତୁ ଭୁଶୁଡ଼ିବା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ପୋଲିସ

ମୋର୍‌ବୀ,୨୭ା୧: ଗୁଜରାଟର ମୋର୍‌ବୀ ସେତୁ ଦୁର୍ଘଟଣା ମାମଲାରେ ଶୁକ୍ରବାର ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିlରେ ମୁଖ୍ୟ ଅଭିଯୁକ୍ତ ଭାବେ ‘ଓରେଭା ଗ୍ରୁପ’ର ମୁଖ୍ୟ ଜୟସୁଖ ପଟେଲ ବୋଲି ଉଲ୍ଲେଖ କରାଯାଇଥିବା ରିପୋର୍ଟରୁ ପ୍ରକାଶ।

ଏହି ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ହୋଇଛି। ଡେପୁଟି ପୋଲିସ ଅଧୀକ୍ଷକ ପିଏସ ଜଲା ମୋର୍‌ବୀ ଅଧିବେଶନ କୋର୍ଟରେ ୧୨୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିଲେ। ଏହି ସେତୁ ଭୁଶୁଡ଼ିବା ଘଟଣାରେ ଜେଲରେ ଥିବା ୯ ଅଭିଯୁକ୍ତଙ୍କ ବ୍ୟତୀତ ଓରେଭା ଗ୍ରୁପର ଏମ୍‌ଡି ଜୟସୁଖ ପଟେଲଙ୍କୁ ଚାର୍ଜଶିଟ୍‌ରେ ଦଶମ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

Share