ଆଉ ୧୨ କରୋନା ସଂକ୍ରମିତଙ୍କ ଜୀବନଗଲା : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ କରୋନା ପଜିଟିଭ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ୨୪ ଘଣ୍ଟା ମଧ୍ୟରେ ୧୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।

ମୃତ ୧୨ଜଣଙ୍କ ମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରୁ ୨ଜଣ ଲେଖାଏ ରହିଛନ୍ତି। ସେହିପରି ଖୋର୍ଦ୍ଧା, ଗଜପତି, ବରଗଡ଼, ବାଲେଶ୍ୱର ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

ଫଳରେ ଗଞ୍ଜାମ ଜିଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୫ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୩୩, ସୁନ୍ଦରଗଡ଼ ୧୭, କନ୍ଧମରଳ ୫, କେନ୍ଦୁଝର ୪, ବାଲେଶ୍ୱର ୪, ବରଗଡ଼ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share