ରାଜ୍ୟରେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୭୮୫ କରୋନା ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବଧିକ ୪୦୪ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧, କନ୍ଧମାଳରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୯, କଳାହାଣ୍ଡିରୁ ୪୮, ବାଲେଶ୍ୱରରୁ ୩୨, ନୟାଗଡ଼ରୁ ୩୧, ସୁନ୍ଦରଗଡ଼ରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡ଼ାରୁ ୨୪, ପୁରୀରୁ ୨୨, ବରଗଡ଼ରୁ ୧୦, ନୂଆପଡ଼ାରୁ ୧୦, ନବରଙ୍ଗପୁରରୁ ୮, ଜଗତସିଂହପୁର-କୋରାପୁଟରୁ ୭, ବଲାଙ୍ଗୀରରୁ ୫, ବୌଦ୍ଧରୁ ୪, ଝାରସୁଗୁଡାରୁ ୩, ଦେବଗଡ଼ରୁ ଜଣେ ଅଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୪,୮୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share