ରାଜ୍ୟରେ ବେକାବୁ କରୋନା: ଆଜି ଚିହ୍ନଟ ହେଲେ ୩୮୧୦ ଆକ୍ରାନ୍ତ, କେବଳ ଖୋର୍ଦ୍ଧାରୁ ୭୯୭

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨୮୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୫୨୪ ଲୋକାଲ କଣ୍ଟାକ୍ଟ ରହିଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୪୦,୩୧କୁ ବୃଦ୍ଧି ପାଇଥିବା ରବିବାର ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

୩୦ ଜିଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୭୯୭ଜଣ ଥିବା ବେଳେ ଅନୁଗୋଳର ୭୩, ବାଲେଶ୍ୱରର ୧୨୦, ବରଗଡ଼ର ୩୯୬, ଭଦ୍ରକର ୧୦୭, ବଲାଙ୍ଗୀରର ୪୩, ବୌଦ୍ଧର ୨୯, କଟକର ୩୨୨, ଦେବଗଡ଼ର ୭, ଢେଙ୍କାନାଳର ୫୧, ଗଜପତିର ୨୦, ଗଞ୍ଜାମର ୧୦୮, ଜଗତସିଂହପୁରର ୬୭, ଯାଜପୁରର ୨୫୨, ଝାରସୁଗୁଡ଼ା ୧୯୨, କଳାହାଣ୍ଡିର ୫୭, କଳାହାଣ୍ଡିର ୫୭, କନ୍ଧମାଳର ୪୫, କେନ୍ଦ୍ରାପଡ଼ାର ୧୦୩, କେନ୍ଦୁଝରର ୮୪, କୋରାପୁଟର ୮୪, ମାଲକାନଗିରିର ୩୭, ମୟୂରଭଞ୍ଜର ୧୪୨, ନବରଙ୍ଗପୁରର ୭୮, ନୟାଗଡ଼ର ୬୨, ନୂଆପଡ଼ାର ୯୩, ପୁରୀର ୧୧୭, ରାୟଗଡ଼ାର ୧୦୧, ସମ୍ବଲପୁରର ୧୦୬, ସୁନ୍ଦରଗଡ଼ର ୩୪ଜଣ ଅଛନ୍ତି। ବର୍ତ୍ତମାନ ୯୩୭୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯୬୫୮ ଆକ୍ଟିଭ କେସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି।

Share