Posted inଫୁରସତ

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ ରୋଗୀଙ୍କୁ ଲିଙ୍ଗ, ବୟସ ଓ ଜାତୀୟତା ନିର୍ବିଶେଷରେ ସର୍ବୋତ୍କୃଷ୍ଟ ତଥା ଯଥାର୍ଥ ଚିକିତ୍ସା ସେବା ସମାନ ଭାବରେ ଯୋଗାଇ ଦେବା ଆବଶ୍ୟକ’। ହେମୋଫିଲିଆ ହେଉଛି ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ‘ହେମୋଫିଲିଆ ଶବ୍ଦ ‘ହେମା’ ଏବଂ ‘ଫିଲିଆ’କୁ ନେଇ ଗଠିତ। ‘ହେମୋ’ ଅର୍ଥ ହେଲା ରକ୍ତ ସମ୍ବନ୍ଧୀୟ ଏବଂ ‘ଫିଲିଆ’ ଅର୍ଥ ହେଉଛି ପ୍ରବଣତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ତାଙ୍କର ରକ୍ତ ଜମାଟ ବାନ୍ଧି ପାରେ ନାହିଁ। ଏ ସମ୍ପର୍କରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ‘ଏହି ରୋଗର କେତେକ ସାଧାରଣ କଥା ଆମେ ଜାଣି ରଖିବା ନିହାତି ଦରକାର। ପ୍ରଥମ କଥା ହେଲା କେଉଁ ଉପାଦାନ ବା ଫ୍ୟାକ୍ଟରର ଅଭାବ ଯୋଗୁ ହେମୋଫିଲିଆ ଜାତ ହୁଏ ? ଜିନ୍‌ ଦୋଷ ଯୋଗୁ ରୋଗୀଠାରେ ବା ପୁତ୍ର ସନ୍ତାନଠାରେ ଫ୍ୟାକ୍ଟର VIII କିମ୍ବା ଫ୍ୟାକ୍ଟର IX ଆଶାନୁରୂପ ଭାବରେ ତିଆରି ହୋଇପାରେ ନାହିଁ। ସୁତରାଂ ଫ୍ୟାକ୍ଟର VIII ଅଭାବଜନିତ ହେମୋଫିଲିଆକୁ ‘ହେମୋଫିଲିଆ A’ ଏବଂ ଫ୍ୟାକ୍ଟର IX ଅଭାବଜନିତ ହେମୋଫିଲିଆକୁ ‘ହେମୋଫିଲିଆ B’ ବୋଲି କହନ୍ତି। ହେମୋଫିଲିଆ ରୋଗୀଙ୍କର ସବୁଯାକ ପୁତ୍ର ସନ୍ତାନ ରୋଗମୁକ୍ତ ତଥା ସୁସ୍ଥ ହୋଇ ଜନ୍ମ ନେଇଥାଆନ୍ତି। କିନ୍ତୁ ସବୁଯାକ କନ୍ୟା ସନ୍ତାନ ଏହାର ବାହକ ରୂପେ ଭୂମିଷ୍ଠ ହୋଇଥାଆନ୍ତି। ସାମାନ୍ୟ ଖଣ୍ଡିଆ ଖାବରା ହୋଇପଡିଲେ କି ଦୁର୍ଘଟଣାଗ୍ରସ୍ତ ହେଲେ କ୍ଷତ ସ୍ଥାନରୁ ବହୁ ସମୟ ଧରି ରକ୍ତସ୍ରାବ ଚାଲିଥାଏ। ଦାନ୍ତ ଉପାଡିଲେ ମାଢ଼ିର ଉପୁଡା ଯାଇଥିବା ସ୍ଥାନରୁ ରକ୍ତ ଝରିବା ସହଜରେ ବନ୍ଦ ହୁଏ ନାହିଁ। ଛୋଟକାଟିଆ ଅପରେଶନ କଲାବେଳେ ମଧ୍ୟ ବହୁ ସମୟଧରି ରକ୍ତ ବୋହୁଥାଏ। ନାକ, ପାଟି ଓ ଦାନ୍ତ ମାଢ଼ିରୁ ବି ରକ୍ତ ଝରିପାରେ। ରକ୍ତବାନ୍ତି ଓ କଳାଝାଡା ହେବା ସଙ୍ଗେ ସଙ୍ଗେ ଝାଡା ଓ ପରିସ୍ରାରେ ମଧ୍ୟ ରକ୍ତ ପଡିପାରେ। ଏହି ରୋଗକୁ ନିର୍ଣ୍ଣୟ କରିବା ପାଇଁ କେତେକ ପରୀକ୍ଷା କରାଯାଇଥାଏ। ପିଲାର ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ନିର୍ଣ୍ଣୟ କରାଯାଏ। ରୋଗୀଠାରେ ଫ୍ୟାକ୍ଟର VIIIର ଅଭାବ ଥିଲେ ‘ହେମୋଫିଲିଆ A’ ଏବଂ ଏବଂ ଫ୍ୟାକ୍ଟର IXର ଅଭାବ ଥିଲେ ‘ହେମୋଫିଲିଆ B’ ବୋଲି ନିର୍ଣ୍ଣୟ କରିବାରେ କୌଣସି ସନ୍ଦେହ ରହେ ନାହିଁ। ଏବେ ଗର୍ଭବତୀଙ୍କ ଗର୍ଭାଶୟରୁ ଜଳ ସଂଗ୍ରହ ଓ ସେହି ଜଳରେ ଥିବା ଜୀବକୋଷର ଜିନ୍‌ ପରୀକ୍ଷା କରି ଗର୍ଭସ୍ଥ ଶିଶୁ ରୋଗୀ କି ବାହକ ତାହା ଜାଣି ହେଉଛି। ଏପରି କି ଗର୍ଭସ୍ଥ ଶିଶୁ ପାଞ୍ଚ ମାସର ହୋଇଯାଇଥିଲେ ତା’ଠାରୁ ରକ୍ତ ସଂଗ୍ରହ କରି ସେହି ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ଚିହ୍ନଟ କରିବା ସମ୍ଭବ। ଏଭଳି ସମସ୍ୟା ସହ ଜଡିତ ବ୍ୟକ୍ତି କେତେକ ବିଷୟ ପ୍ରତି ସତେଚନ ରହିବା ନିହାତି ଜରୁରୀ। ରୋଗୀ ଯେପରି ଆଘାତ ପାଇ କ୍ଷତବିକ୍ଷତ ନ ହୁଅନ୍ତି ସେଥିପ୍ରତି ସତର୍କ ରୁହନ୍ତୁ। ରୋଗୀ ଖେଳାଖେଳି, ଓଜନିଆ ଜିନିଷ ଉଠାଇବା ସମୟରେ, ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ। ଏମାନେ ଦାନ୍ତ ଘଷିବା ସମୟରେ ନରମ ବ୍ରଶ ବ୍ୟବହାର କରନ୍ତୁ। ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡିଥାଏ। ତେଣୁ ସେ ଯେପରି ହେପାଟଇଟିସ୍‌-ବି, ଏବଂ ହେପାଟାଇଟିସ-ସି ତଥା ଏଚଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ନଜର ଦିଅନ୍ତୁ। ଜାଣି ରଖିବା ଉଚିତ ଯେ, ହେମୋଫିଲିଆ ରୋଗ ସଂକ୍ରାମକ ନୁହେଁ। ତେଣୁ ତାହା ଅନ୍ୟମାନଙ୍କୁ ଡେଇଁବାର ଆଦୌ ଆଶଙ୍କା ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri