ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମଣ ମାମଲା ଚିନ୍ତା ବଢାଇଲାଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଇତି ମଧ୍ୟରେ ଗରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କରୋନା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ସପ୍ତାହର ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରତିଦିନ ୯୩୯୭୭ ମାମଲା ଆସୁଛି। ଆମେରିକାରେ ୧୯%, ରୁଷିଆରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ ଭାରତରେ ୧% ମାମଲା ରିପୋର୍ଟ କରାଯାଉଛି। ବିଶ୍ୱରେ ଟି ତରଙ୍ଗ ଆସିଛି ଏବଂ ଆମେ ନିଜେ ଭାରତରେ ତିନୋଟି ତରଙ୍ଗ ଦେଖିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କରୋନା ଏବଂ ସ୍ବାଇନ ଫ୍ଲୁ ଉପରେ ଏକ ବୈଠକ କରିଛନ୍ତି।
ସେ ଆହୁରି କହିଛନ୍ତି, ଭାରତରେ ଦୈନିକ ହାରାହାରି ୯୬୬ଟି ମାମଲା ରୁଜୁ କରାଯାଉଛି। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୧% ହୋଇଯାଇଛି। ବର୍ତ୍ତମାନ ଦୈନିକ ୧ଲକ୍ଷ କୋଭିଡ ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ନାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ କୋଭିଡ ମାମଲା ସାମ୍ନାକୁ ଆସୁଛି। ତେବେ ଯେଉଁଠାରେ ଅଧିକ ମାମଲା ଅଛି, ସେଠାରେ ଅଧିକ ପରୀକ୍ଷା କରାଯିବାକୁ ଏହି ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶରେ କେବଳ ଓମିକ୍ରନ ଭାରିଆଣ୍ଟ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।