ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ସଂଯୋଗ ହେବ ଅଧିକ କୋଚ୍‌

କୋରାପୁଟ,୧୩।୨(ସ୍ବ.ପ୍ର.): ୱାଲ୍‌ଟିୟର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ ଶତପଥୀ ଶନିବାର କୋରାପୁଟ ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥ ପରିଦର୍ଶନ କରିବା ସହ ବିଭିନ୍ନ ଷ୍ଟେଶନରେ କିପରି ଯାତ୍ରୀଙ୍କୁ ସେବା ମିଳୁଛି ସେ ନେଇ ବିଭାଗୀୟ ଅଧିକାରୀ ଓ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏବେ ରେଲୱେ ପକ୍ଷରୁ ବିଭିନ୍ନ ଷ୍ଟେଶନର ବିକାଶ ସହ ଯାତ୍ରୀମାନେ ଯାତ୍ରାବେଳେ ଯେପରି ସମସ୍ତ ସୁବିଧା ପାଇପାରିବେ ସେନେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁରହିଛି। ତେବେ ଏଗୁଡିକରୁ ଯାତ୍ରୀମାନେ ଲାଭ ପାଉଛନ୍ତି କି ନାହିଁ ଡିଆର୍‌ଏମ୍‌ ତାହାର ସମୀକ୍ଷା କରିଛନ୍ତି। ସେ କୋରାପୁଟ, ଦାମନଯୋଡ଼ି, ଲକ୍ଷ୍ମୀପୁର ଓ ରାୟଗଡ଼ା ଷ୍ଟେଶନ ପରିଦର୍ଶନ କରି ଏହି ସମୀକ୍ଷା କରିଥିବା ଜଣାପଡ଼ିଛି।
ଡିଆର୍‌ଏମ୍‌ ପରିଦର୍ଶନ ବେଳେ କୋରାପୁଟ-ରାୟଗଡ଼ା ରେଳପଥରେ ଦୋହରୀକରଣ କାର୍ଯ୍ୟ, ଟ୍ରାକ୍‌ ସେକ୍ସନ, ବ୍ରିଜ୍‌, ବିଭିନ୍ନ ଟନେଲ, ଛୋଟ ବ୍ରିଜ୍‌, ଲେଭଲ କ୍ରସିଂ କାର୍ଯ୍ୟର ଅନୁଧ୍ୟାନକରି ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଡିଆର୍‌ଏମ୍‌ କୋରାପୁଟ ରେଳଷ୍ଟେଶନ ପରିଦର୍ଶନ ସହ ଷ୍ଟେଶନରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। କୋରାପୁଟ ଷ୍ଟେଶନଠାରେ ସେ ଜିଲାପାଳ ଅବଦାଲ ଏମ୍‌. ଅଖତାରଙ୍କ ସହ ଆଲୋଚନା କରିଥିଲେ। କୋରାପୁଟ ବାଇପାସ୍‌ ରାସ୍ତା ପାଇଁ ରେଲୱେ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦେବା, ରେଲୱେ ଯାତ୍ରୀଙ୍କ ସୁରକ୍ଷା ନେଇ ସମସ୍ତ ସୁବିଧା ଉପଲବ୍ଧ କରାଇବା ନେଇ ଜିଲାପାଳ ଡିଆର୍‌ଏମ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ପରେ ଡିଆର୍‌ଏମ୍‌ ଶତପଥୀ ସେଠାରେ ଉପସ୍ଥିତ ଗ୍ୟାଙ୍ଗ୍‌ମ୍ୟାନ୍‌ଙ୍କ ସୁବିଧା ଅସୁବିଧା ଓ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ା ଷ୍ଟେଶନରେ ଯାତ୍ରୀଙ୍କଠାରୁ ମତାମତ ଗ୍ରହଣ କରିଥିଲେ। ଏହି ଅବସରରେ ସେ ମଧ୍ୟ ବିଭିନ୍ନ ଲୋକ ପ୍ରତିନିଧି, ବିଭିନ୍ନ ସଂଘର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ରେଲୱେ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ା ଡିଆର୍‌ଏମ୍‌ଙ୍କ ସହ ବରିଷ୍ଠ ଡିଭିଜନାଲ ଯନ୍ତ୍ରୀ (ଉତ୍ତର) ଡେଭିଡ୍‌ ରାଲଫ, ଡିଭିଜନାଲ ଅପରେଶନ ମ୍ୟାନେଜର ଜି .ସୁନୀଲ କୁମାର, ଡିଭିଜନାଲ କମର୍ସିଆଲ ମ୍ୟାନେଜର ଏ.କେ. ତ୍ରିପାଠୀ, ଡିଭିଜନ ପର୍ସନାଲ ଅଫିସର ଆର୍‌.ଏନ୍‌.ଏ. ପରିଡ଼ା, ସିନିୟର ଡିଭିଜନାଲ ସୁରକ୍ଷା ଅଧିକାରୀ ପ୍ରଭିନ ଭାଟ୍ଟି, କୋରାପୁଟ ଷ୍ଟେଶନ ମ୍ୟାନେଜର କେ.କେ. ଭିତରେଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା

ସୁନାବେଡ଼ାରେ ଡିଆର୍‌ଏମ୍‌ଙ୍କ ସହ ଆଲୋଚନା
ସୁନାବେଡ଼ାରେ ଡିଆର୍‌ଏମ୍‌ ଅନୁପ ଶତପଥୀଙ୍କୁ କୋରାପୁଟ ବିକାଶ ପରିଷଦ କୋଷାଧ୍ୟକ୍ଷ ତଥା ଡିଆର୍‌ୟୁସିସି ସଦସ୍ୟ ଶେଖ ଇବ୍ରାହିମ ସାକ୍ଷାତକରି ଜିଲାରେ ରେଳ ସେବାର ବିକାଶ ନ଼େଇ ଆଲୋଚନା କରିଥିଲେ। ଜଗଦଲପୁରରୁ କୋରାପୁଟ ଦେଇ ଦିଲୀକୁ ଗୋଟିଏ ଟ୍ରେନ ଏବଂ ଭୁବନେଶରକୁ ଦିନବେଳା ଆଉ ଗୋଟିଏ ନୂତନ ଟ୍ରେନ୍‌ ପ୍ରଚଳନ ପାଇଁ ସେ ଅନୁରୋଧ କରିଥିଲେ। କୋଭିଡ୍‌ ପାଇଁ ଜିଲାରେ ବନ୍ଦ ଥିବା ଟ୍ରେନ୍‌ଗୁଡ଼ିକର ପୁନଃ ପ୍ରଚଳନ, ଡୁମୁରିପୁଟ ରେଳ ଷ୍ଟେଶନର ଉନ୍ନତୀକରଣ, ଲକ୍ଷ୍ମୀପୁର ଷ୍ଟେଶନରେ ଟ୍ରେନ ରହଣି, ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ୍‌ରେ ଭିଷ୍ଟାଡମ କୋଚ୍‌ର ସଂଯୋଗୀକରଣ ନେଇ ଇବ୍ରାହିମ ଡିଆର୍‌ଏମ୍‌ଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ରାଜ୍ୟ ଭାଜପା ଏସ୍‌ସି ମୋର୍ଚ୍ଚାର ସମ୍ପାଦକ ଜି. ସଞ୍ଜୀବ କୁମାର, ଭାଜପା ନଗର ସଭାପତି ସିଦ୍ଧାର୍ଥ ମୁଦୁଲି, ଶ୍ରୀଧର ପଟ୍ଟନାୟକ, ଅମରେନ୍ଦ୍ର ସେଠୀ, ଦେବୀପ୍ରସାଦ କର, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଡିଆର୍‌ଏମ୍‌ ଶତପଥୀଙ୍କୁ ଭେଟି ଜିଲାରେ ରହିଥିବା ରେଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାରେ ବନ୍ଦ ଥିବା ଟ୍ରେନଗୁଡିକ ଚଳାଚଳ, ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ଅଧିକ କୋଚ୍‌ ଏବଂ ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ୍‌ରେ ଭିଷ୍ଟାଡମ କୋଚ୍‌ର ସଂଯୋଗୀକରଣ ନେଇ ଡିଆର୍‌ଏମ୍‌ ଶତପଥୀ ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ଡିଭିଜନାଲ କମର୍ସିଆଲ ମ୍ୟାନେଜର ଅଖିଳେଶ ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ...

୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା...

ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ...

ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ

ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image