କୂଳରେ କୁଢ଼ କୁଢ଼ ସାମୁଦ୍ରିକ ଜୀବଙ୍କ ମୃତଦେହ

ଲଣ୍ଡନ,୨୭।୧୦: ହଜାର ହଜାର ସଂଖ୍ୟା ସାମୁଦ୍ରିକ ଜୀବଙ୍କ ମୃତଦେହ ମିଳିଛି ୟୁକେର ଉତ୍ତର ପୂର୍ବ କୂଳରେ। ମାର୍ସକେ ଓ ସଲ୍ଟବର୍ନ କୂଳରେ କଙ୍ଗଡ଼ା, ବିଭିନ୍ନ ପ୍ରଜାତିର କୋଟାସିଆନ, ଲବଷ୍ଟରଙ୍କ ମୃତଦେହ ପଡ଼ିଛି। ଏତେ ସଂଖ୍ୟାରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ପଛର କାରଣ ଜଣା ପଡ଼ି ନାହିଁ। କିନ୍ତୁ ଏଥି ଲାଗି ପ୍ରଦୂଷଣ ଏକ କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏଭଳି ଦୃଶ୍ୟ ପୂର୍ବରୁ କଦାପି ଦେଖିବାକୁ ମିଳି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏନଭାରମେଣ୍ଟ ଏଜେନ୍ସି ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ସେମାନେ ସାମୁଦ୍ରିକ ଜୀବଙ୍କ ମଢ଼କ ପଛର କାରଣ ଖୋଜୁଛନ୍ତି। ପାଣି, ସେଡିମେଣ୍ଟ ଓ ମୃତ କଙ୍କଡ଼ାକୁ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ଆନାଲିସିସ୍‌ ପରେ ସେମାନଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ିଛି ବୋଲି ଜଣେ ତଟରକ୍ଷ ଅଧିକାରୀ କହିଛନ୍ତି।

Share