Posted inଖେଳ

ଆମେରିକାଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

ଟେକ୍ସାସ,୭।୬: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଭଳି ନବାଗତ ଦଳଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ପ୍ରଶଂସକମାନେ ଏବଂ ପୂର୍ବତନ ବରିଷ୍ଠ ଖେଳାଳିମାନେ ବାବର ଆଜମଙ୍କ ଦଳକୁ କଡ଼ା ସମାଲୋଚନ କରୁଛନ୍ତି। ତେବେ ଏତିକିରେ ପାକିସ୍ତାନ ପାଇଁ ସମସ୍ୟା ଶେଷ ହୋଇନାହିଁ।

ତେବେ ଆମେରିକା ବିପକ୍ଷ ମ୍ୟାଚ ସମୟରେ ପାକିସ୍ତାନ ଷ୍ଟାର ବୋଲର ହାରିସ୍ ରୌଫ ବଲ୍ ସହିତ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି। ଆମେରିକାର ବରିଷ୍ଠ କ୍ରିକେଟ୍ ଦଳର ସଦସ୍ୟ ଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର୍ ରୁଷ୍ଟି ଥେରନ୍ ସୋସିଆଲ ମିଡିଆରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଟ୍ୟାଗ୍ କରି ପାକିସ୍ତାନର ଭେଟେରାନ୍ ସ୍ପିଡଷ୍ଟାର ରୌଫଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଆମେରିକାର ବିପକ୍ଷ ବଲରେ ହାରିସ୍ ରୌଫ ୪ ଓଭରରେ ମାତ୍ର ୧ ୱିକେଟ୍ ନେଇ ୩୭ ରନ୍ ବ୍ୟୟ କରିଥିଲେ। ଥେରନ୍ ଦାବି କରିଛନ୍ତି ଯେ ରୌଫ ଆମେରିକାର ବ୍ୟାଟରଙ୍କୁ ରିଭର୍ସ ସୁଇଙ୍ଗ ଏବଂ ବାଉଁଶର ବଲ ପକାଇବା ଲାଗି ତାଙ୍କର ନଖ ମାଧ୍ୟମରେ ନୂତନ ବଲକୁ ରାମ୍ପି ରାମ୍ପି ପୁରୁଣା କରିବାକୁ ଚେଷ୍ଟା କରିଥିଲେ।

ତେବେ ଏହି ଘଟଣାରେ ଆମେରିକା ପକ୍ଷରୁ ଆଇସିସି ନିକଟରେ କୌଣସି ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇନାହିଁ, କିନ୍ତୁ ଏହି ଅଭିଯୋଗ ବେଶ ଗମ୍ଭୀର ଅଟେ।

ମ୍ୟାଚ କଥା ଦେଖିଲେ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି। ସୁପର ଓଭରରେ ମହମ୍ମଦ ଅମିରଙ୍କ କ୍ରମାଗତ ଓ୍ବାଇଡ୍‌ ପାକିସ୍ତାନର ପରାଜୟର ମୁଖ୍ୟ କାରଣ ଥିଲା। ଆମେରିକା ଜିତିବା ପାଇଁ ସୁପର ଓଭରରେ ବୋଲିଂ କରି ସୌରଭ ନେଟ୍ରାଭାଲକର ହିରୋ ହୋଇଛନ୍ତି।

ଆମେରିକା ପାଇଁ ଅଧିନାୟକ ମୋନାକ ପଟେଲ ୫୦ ରନ ଏବଂ ଆରୋନ ଜୋନ୍ସ ୩୫ ରନ ସ୍କୋର କରିଥିଲେ। ବିସ୍ଫୋରକ ଢଙ୍ଗରେ ଆଣ୍ଡ୍ରିସ ଗୌସ ମଧ୍ୟ ୨୬ ବଲରେ ୩୫ ରନ ସଂଗ୍ରହ କରିଥିଲେ। ପ୍ରଥମେ ଖେଳି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ୪୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଏବଂ ଶାଦବ ଖାନ ୪୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ସମୟରେ ନୋଶଟୁଶ କେଞ୍ଜିଗେ ୩ ଉଇକେଟ ନେଇ ଆମେରିକା ପାଇଁ ପ୍ରଭାବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri