ପୂର୍ବଠାରୁ ଅଧିକ ସତର୍କତା ଜରୁରୀ, ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ପୂର୍ବଠାରୁ ଅଧିକ ସତର୍କତା ଜରୁରୀ। ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ଯୋଗଦେଇ ଏଭଳି କହିଛନ୍ତି। ହିଲ୍‌ ଷ୍ଟେଶନ, ବଜାର ଏବଂ ଭିଡ଼ ଅଞ୍ଚଳରେ କରୋନା ମାର୍ଗ ଦର୍ଶିକା ପାଳନ ନ କରିବା ଉଚିତ୍‌ ନୁହେଁ। ଏହା ଦ୍ୱାରା ଅଧିକ ସଂକ୍ରମଣର ଆଶଙ୍କା ରହିଛି। କରୋନା ଯୋଗୁ ପର୍ଯ୍ୟଟନ ଏବଂ ଅନ୍ୟ କାରବାର ପ୍ରଭାବିତ ହୋଇଛି। ବହୁରୂପୀ କରୋନା ମହାମାରୀ ଭୁତାଣୁର ମ୍ୟୁଟେଶନ ନେଇ ଲଗାତାର ଗବେଷଣା ଜାରି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନରେ ସଭିଏଁ ମାଗଣା ଟିକା ନେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Share