୧ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ଭାକ୍ସିନ୍‌ ନେବାରୁ ବଞ୍ଚିତ…

ନୂଆଦିଲ୍ଲୀ,୨୪।୮: ଭାରତରେ ୧ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ଭାକ୍ସିନ୍‌ ନେବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧ କୋଟିରୁ ଅଧିକ ବରିଷ୍ଠ ନାଗରିକ ରହିଛନ୍ତି। କରୋନା ଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେବାର ୧୬ ସପ୍ତାହ ପରେ ଏହି ଲୋକମାନେ ଦ୍ୱିତୀୟ ଡୋଜ୍‌ ନେଇ ପାରି ନାହାନ୍ତି। ଦ୍ୱିତୀୟ ଡୋଜ୍‌ ହରାଇ ଥିବା ଲୋକଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସମେତ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
ମେ ୨ ପୂର୍ବରୁ କୋଭିଶିଲ୍ଡ ଭାକ୍ସିନ୍‌ର ୨ ଡୋଜ୍‌ ନେବା ମଧ୍ୟରେ ସମୟ ବ୍ୟବଧାନ ୧୬ ସପ୍ତାହ ନ ଥିଲା। ପରେ ମେ ୧୩ରେ ସରକାରଙ୍କ ପକ୍ଷରୁ କୋଭିଶିଲ୍ଡ୍‌ ଭାକ୍ସିନ୍‌ର ୨ ଡୋଜ୍‌ ମଧ୍ୟରେ ସମୟ ସୀମାକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା। ଯାହାଦ୍ୱାରା ଟିକାକରଣ ସଂଖ୍ୟା ୮୫ ପ୍ରତିଶତ ଛୁଇଁପାରିବ ବୋଲି ଆକଳନ କରାଯାଇଥିଲା। ଅପରପକ୍ଷରେ କୋଭାକ୍ସିନ୍‌ ପାଇଁ ଏହି ସମୟ ସୀମା ୪ରୁ ୬ ସପ୍ତାହ ରହିଥିଲା।

Share