କେନ୍ଦୁଝର,୬ା୧୦(ସ୍ବ.ପ୍ର.): ଅଦିନିଆ ବର୍ଷାରେ ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଦୁର୍ଗମ ଉପର ବିରିକଳା ଗ୍ରାମରେ ବଜ୍ରପାତ ଯୋଗୁ ଉକ୍ତ ଗ୍ରାମର ୧୦ରୁ ଊଦ୍ଧର୍ବ ଗୋରୁ ଓ ଛେଳି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗୃହ ପାଳିତପଶୁଗୁଡ଼ିକ ଦିନରେ ନିକଟସ୍ଥ ଜଙ୍ଗଲରେ ଚରୁଥିବାବେଳେ ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏତେ ସଂଖ୍ୟକ ଗୋରୁଛେଳି ମୃତ୍ୟୁ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସମସ୍ତେ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବାରୁ ବଜ୍ରପାତରେ ମୃତ୍ୟୁ ଘଟିଥିବା ଗୋରୁଛେଳିଙ୍କ କ୍ଷତିପୂରଣ ଦାବି କରିଛନ୍ତି।
Posted inଆମ ଜିଲା ଖବର, କେନ୍ଦୁଝର