Categories: ଜାତୀୟ

୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ନୂଆଦିଲ୍ଲୀ,୨୭।୭ : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଭାରତରେ ନିଖୋଜ ମହିଳା ଓ ବାଳିକାଙ୍କ ସଂଖ୍ୟା ଉପରେ ଏକ ନୂତନ ତଥ୍ୟ ପ୍ରକାଶ କରିଛି। ଏନସିଆରବି ତଥ୍ୟକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି କେବଳ ୨୦୨୧ ମସିହାରେ ୧୮ ବର୍ଷରୁ ଅଧିକ ୩,୭୫,୦୫୮ ମହିଳା ଦେଶରୁ ନିଖୋଜ ହୋଇଛନ୍ତି।

ଏହି ରିପୋର୍ଟ ନିଖୋଜ ମହିଳାଙ୍କ ସଂଖ୍ୟା ଉପରେ ଆଧାରିତ। ଏଥିରେ କେତେଜଣ ମହିଳା ଓ ବାଳିକା ମିଳିଛନ୍ତି ଏବଂ ପୋଲିସ ସେମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ସେସବୁ ତଥ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ। କେତେ ଝିଅ, ଯେଉଁମାନଙ୍କର ପିତାମାତା ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ, ନିଜ ଇଚ୍ଛାରେ ସେମାନେ ନିଜ ଘରୁ ଅଲଗା ହୋଇ ବିବାହ କରିଥିଲେ, ସେହି ତଥ୍ୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇ ନାହିଁ।ଏଥିରେ କେବଳ ନିଖୋଜ ମହିଳା ଓ ଝିଇଙ୍କ ସଂଖ୍ୟା ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ବେଶରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ ଅଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଦୁଇ ରାଜ୍ୟରେ ଏହି ସମୟ ମଧ୍ୟରେ ସର୍ବାଧିକ ବାଳିକା ଓ ମହିଳା ନିଖୋଜ ହୋଇଯାଇଛନ୍ତି। ମଧ୍ୟପ୍ରଦେଶରୁ, ୨୦୧୯ ରେ ୫୨,୧୧୯ ମହିଳା, ୨୦୨୦୨ ରେ ୫୨, ୩୫୭ ଏବଂ ୨୦୨୧ରେ ୫୫,୭୦୪ ମହିଳା ନିଖୋଜ ହୋଇଯାଇଛନ୍ତି। ମହାରାଷ୍ଟ୍ରରେ, ୨୦୧୯ ରେ ୬୩,୧୬୭ ମହିଳା, ୨୦୨୦ ରେ ୫୮,୭୩୫ ଏବଂ ୨୦୨୧ ରେ ୫୬,୪୯୮ ମହିଳା ନିଖୋଜ ହୋଇଯାଇଥିଲେ ମଧ୍ୟ ଏହା ଏବେ ହ୍ରାସ ପାଉଛି। ୨୦୨୧ ମସିହାରେ ୧୮ ବର୍ଷରୁ କମ ବୟସ୍କ ସମୁଦାୟ ୯୦,୧୧୩ ବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୧୩,୨୭୮ଜଣ ଥିଲେ। ସାମୂହିକ ଭାବେ, ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୧୦,୬୧,୬୪୮ ମହିଳା ନିଖୋଜ ହୋଇଯାଇଛନ୍ତି। ଏଥିସହ, ସମାନ ଅବଧିରେ ୨,୫୧,୪୩୦ ବାଳିକା ନିଖୋଜ ହୋଇଯାଇଥିବା ମନ୍ତ୍ରଣାଳୟ କହିଛି।

Share