ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ବୋକୋ ହରାମ ଆତଙ୍କବାଦୀ ମୃତ…

ନାଇଜର,୧୫।୬ : ଆଫ୍ରିକୀୟ ଦେଶ ନାଇଜେରିଆ ଗତ କିଛି ବର୍ଷ ଧରି ଆତଙ୍କବାଦୀ ସଂଗଠନ ବୋକୋ ହରାମର ଘୃଣ୍ୟ କାର୍ଯ୍ୟକଳାପ ବିରୋଧରେ ସଂଘର୍ଷ କରିଆସୁଛି। ଏହି ଆତଙ୍କବାଦୀ ସଂଗଠନ ସେଠାରେ ଥିବା ସ୍କୁଲରୁ ଝିଅମାନଙ୍କୁ ଅପହରଣ କରି ନେଇଥାଏ ଏବଂ ବେଳେବେଳେ ଏକ ଗାଁରେ ପ୍ରବେଶ କରି ନିରୀହ ଲୋକଙ୍କୁ ଗୁଳିକରି ହତ୍ୟା କରିଥାଏ। ବର୍ତ୍ତମାନ ନାଇଜେରିଆର ବାୟୁସେନା ଏକ ବଡ ପଦକ୍ଷେପ ନେଇଛି। ବୋକୋ ହରାମର ଅନେକ ବେସରେ ହଠାତ ହୋଇଥିବା ଏୟାର ଷ୍ଟ୍ରାଇକରେ ନାଇଜେରିଆ ବାୟୁସେନା ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହା ସହିତ ଅନେକ ଆତଙ୍କବାଦୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ବାୟୁସେନା ଏହାର ଏକ ଭିଡିଓ ଫୁଟେଜ ମଧ୍ୟ ଜାରି କରିଛି ଯେଉଁଥିରେ ଅନେକ ଆତଙ୍କବାଦୀ ଜୀବନ ବିକଳରେ ଦୌଡୁଥିବାର ନଜର ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ବୋକୋ ହରାମରେ ବ୍ୟାପକ କ୍ଷତି ଘଟାଇଛି। ଗତ କିଛି ଦିନ ହେବ ବାୟୁସେନା ଏହି ଆତଙ୍କବାଦୀମାନଙ୍କୁ ଖୋଜୁଥିଲା ଏବଂ ନିକଟରେ ଏକ ଗୁପ୍ତଚର ସଂସ୍ଥା ବାୟୁସେନାକୁ ସେମାନଙ୍କ ସ୍ଥାନ ସମ୍ପର୍କରେ ସୂଚନା ଦେଇଥିଲା। ଏହା ପରେ ଏହି ଏୟାର ଷ୍ଟ୍ରାଇକ କରାଯାଇଥିଲା। କୁହାଯାଉଛି ଏହି ସମସ୍ତ ଆତଙ୍କବାଦୀ ବୋକୋ ହରାମର ଏକ ୟୁନିଟ ଜେଏଏସର ସଦସ୍ୟ ଥିଲେ। ଭୋଜା ଅଞ୍ଚଳରେ ବାୟୁସେନା ଏହି ଏୟାର ଷ୍ଟ୍ରାଇକ କରିଥିଲା। ଏହାକୁ ବୋକୋ ହରାମର ଗଡ଼ ବୋଲି ବିବେଚନା କରାଯାଏ।।

ରିପୋର୍ଟ ଅନୁଯାୟୀ, ବାୟୁସେନା ୯ ରୁ ୧୧ ଜୁନ ମଧ୍ୟରେ ଅନେକ ଥର ଏୟାର ଷ୍ଟ୍ରାଇକ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ ବାୟୁସେନା କହିଛି ତେବେ କିଛି ଖସି ପଳାଇବାରେ ସଫଳ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ନାଇଜେରିଆ ବାୟୁସେନା ଏହି କାର୍ଯ୍ୟ ପରେ ଆହୁରି ଅନେକ ଏୟାର ଷ୍ଟ୍ରାଇକ କରିବାକୁ ଯୋଜନା କରୁଛି, ଯାହା ଦ୍ୱାରା ଏହି ଆତଙ୍କବାଦୀ ସଂଗଠନର ଶେଷ ହୋଇପାରିବ।

Share