ଗାଜାରୁ ବାହାରିଥିବା ୧୦୦ରୁ ଅଧିକ ବିସ୍ଥାପିତ ପହଞ୍ଜିବେ ତୁର୍କୀରେ

ଅଙ୍କାରା,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଚାଲିଛି। ଏହି ସମୟରେ ଗାଜାରୁ ବିତାଡିତ ହୋଇଥିବା ୧୦୦ରୁ ଅଧିକ ବିସ୍ଥାପିତ ସୋମବାର ତୁର୍କୀରେ ପହଞ୍ଚିବାକୁ ଯାଉଛନ୍ତି। ତୁର୍କୀର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏଥିରେ ଡଜନେ ଏମିତି ଲୋକ ଅଛନ୍ତି ଯେଉଁମାନେ ତୁର୍କୀରେ ଉନ୍ନତ ଚିକିତ୍ସା ପାଇପାରିବେ।
ସ୍ବାସ୍ଥ୍ୟମନ୍ତ୍ରୀ ଫହାର୍ଟିନ କୋକା କହିଛନ୍ତି ଯେ ରବିବାର ସାରେ ଗାଜାରୁ ୪୯ଜଣ ସମ୍ପର୍କୀୟଙ୍କ ସହ ୬୧ରୋଗୀ ଗାଜାରୁ ମିଶରରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ସମସ୍ତେ ଅଲ ଆରିଶ ଡାକ୍ତରଖାନାରେ ରାତି କଟାଇଲେ, ଏହା ପରେ ସେମାନେ ସୋମବାର ଅଙ୍କାରକୁ ବିମାନ ଯାତ୍ରା କରିବେ।
ସ୍ବାସ୍ଥ୍ୟମନ୍ତ୍ରୀ ଗତ ସପ୍ତାହରେ କହିଥିଲେ ଯେ ଆମେ ଗାଜାରୁ ପ୍ରାୟ ୧୦୦୦ କର୍କଟ ରୋଗୀଙ୍କୁ ଯଥାସମ୍ଭବ ତୁର୍କୀକୁ ଆଣିବାକୁ ଚାହୁଁଛୁ। ଏଥି ସହିତ, ଗତ ଗୁରୁବାର ୨୭ ରୋଗୀ ଗାଜାରୁ ଅଙ୍କାରକୁ ଆସିଥିଲେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅଙ୍କୁ କେସେଲି କହିଛନ୍ତି ଯେ ଏହା ବ୍ୟତୀତ ରବିବାର ଗାଜାରୁ ୮୭ଜଣଙ୍କର ଏକ ପୃଥକ ଦଳ ମିଶରରେ ପହଞ୍ଚିଥିଲେ। ଏହି ଗୋଷ୍ଠୀ ସୋମବାର ବିଳମ୍ବିତ ରାତିରେ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରିବାର ଥିଲା। ସେ କହିଛନ୍ତି ଯେ ଏହି ଗୋଷ୍ଠୀରେ ତୁର୍କୀ, ତୁର୍କୀ ସାଇପ୍ରସ ଏବଂ ସେମାନଙ୍କ ସମ୍ପର୍କୀୟ ଅଛନ୍ତି।

Share