ସୋରଡ଼ା,୨୨।୧୨(ଡି.ଏନ୍.ଏ.): ରାଜନୀତିରୁ କିଛି ସମୟ ବାହାରକରି ସମୁଦ୍ରର ନୀଳ ଜଳରାଶିରେ ବୁଲିଛନ୍ତି ମନ୍ତ୍ରୀ, ବିଧାୟକ । ମଙ୍ଗଳବାର ସକାଳେ ୧୦୦ ଜଣରୁ ଊର୍ଦ୍ଧ୍ୱ ବିଧାୟକ ଭୁବନେଶ୍ବରରୁ ୪ଟି ସ୍ବତନ୍ତ୍ର ବସ୍ ଯୋଗେ ପାରାଦ୍ବୀପ ଯାତ୍ରାକରି ସେଠାରେ ୯ଟା ସୁଦ୍ଧା ପହଞ୍ଚିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ସମସ୍ତ ମନ୍ତ୍ରୀ, ବିଧାୟକ ନୌସେନାର ତିନୋଟି ଯୁଦ୍ଧ ଜାହାଜରେ ଗଭୀର ସମୁଦ୍ରକୁ ଯାତ୍ରା କରିଥିଲେ । ସମୁଦ୍ର ମଧ୍ୟରେ ପାଖାପାଖି ୧୦୦ କିଲୋମିଟର ଯାତ୍ରା କରିଛନ୍ତି। ଏହି ସମୁଦ୍ର ଯାତ୍ରା ମଧ୍ୟରେ ନୌସେନାତର ଯୁଦ୍ଧ ସରଞ୍ଜାମ, ଯୁଦ୍ଧ କୌଶଳ ଏବଂ ଯୁଦ୍ଧ ସମୟରେ ଜାହାଜରେ ହେଲିକପ୍ଟର ଆଦି କିଭଳି ଉଡାଣ କରେ ଏସବୁକୁ ଦେଖିଛନ୍ତି। ଦିନ ୯ଟାରୁ ୪ଟା ପର୍ଯ୍ୟନ୍ତ ଯୁଦ୍ଧ ଜାହାଜରେ ସମସ୍ତ ବିଧାୟକ, ମନ୍ତ୍ରୀ ସମୟ ବିତାଇଛନ୍ତି।