Categories: ଜାତୀୟ

ଭାରତରେ ପ୍ରବେଶ କଲେ ୧୦୦ରୁ ଅଧିକ ମ୍ୟାନ୍‌ମାର ନାଗରିକ…

ଆଇଜଲ,୧୨।୯: ମ୍ୟାନ୍‌ମାରରେ ଅଶାନ୍ତି ଯୋଗୁ ୧୦୦ରୁ ଅଧିକ ନାଗରିକ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ସୀମାବର୍ତ୍ତୀ ରାଜ୍ୟ ଚିନର ବାସିନ୍ଦା। ଚମ୍ପାଇ, ହନାଥିଆଲ, ସର୍ଚିପ, ସାଇଟୁଆଲ, ସିଆହା ଏବଂ ଲଙ୍ଗଟଲାଇ ଆଦି ୬ ଟି ଜିଲାରୁ ସେମାନେ ସୀମାବର୍ତ୍ତୀ ଭାରତୀୟ ରାଜ୍ୟ ମିଜୋରାମର ଦୁଇଟି ଜିଲାରେ ପ୍ରବେଶ କରିଛନ୍ତି। କେତେକ ଲୋକଙ୍କୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କ୍ୱାରାଣ୍ଟାଇନ୍‌ରେ କେତେ ଲୋକଙ୍କୁ ରଖା ଯାଇଛି ତାହାର ସଠିକ ସୂଚନା ଶୀଘ୍ର ଜଣାପଡ଼ିବ ବୋଲି ମିଜୋରାମ ଗୃହମନ୍ତ୍ରୀ ଲାଲଚାମଲିଆନା କହିଛନ୍ତି।
ଖବର ଅନୁଯାୟୀ ମିଜାରାମର ସୀମା ନିକଟରେ ମ୍ୟାନ୍‌ମାରରେ ସାମରିକ ଶାସନକୁ ବିରୋଧ କରୁଥିବା ସଶସ୍ତ୍ର ନାଗରିକ ଏବଂ ସୈନ୍ୟଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଆରମ୍ଭ ହୋଇଛି। ଫଳରେ ଲୋକେ ଜୀବନ ଭୟରେ ଭାରତକୁ ପଳାଇ ଆସିଛନ୍ତିି।

Share