୬ ମାସରେ କାନ୍ଦାହାରରେ ୧୦୦୦ରୁ ଅଧିକ ଯକ୍ଷ୍ମାରେ ଆକ୍ରାନ୍ତ…

କାବୁଲ,୧।୮ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ଦିନଠାରୁ ଏହି ଦେଶର ଅବସ୍ଥା ଆହୁରି ଖରାପ ହୋଇପଡିଛି। କାବୁଲର ଟୋଲୋ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ କାନ୍ଦାହାରରେ ୧୦୦୦ ରୁ ଅଧିକ ଲୋକ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଛନ୍ତି।

ସୂଚନା ଦେଇ ପ୍ରଦେଶର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ପୀଡିତ ଲୋକମାନଙ୍କ ମଧ୍ୟରେ ଶିଶୁ, ମହିଳା ଏବଂ ବୃଦ୍ଧାବୃଦ୍ଧ ଅଛନ୍ତି। କାନ୍ଦାହାରର ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଜମାଲୁଦ୍ଦିନ ଅଜିମି କହିଛନ୍ତି ଗତ ୬ ମାସ ମଧ୍ୟରେ ପ୍ରାୟ ୧,୧୬୦ଯକ୍ଷ୍ମା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ବର୍ଷ ତୁଳନାରେ ଏହା ୬.୫ ପ୍ରତିଶତ ହ୍ରାସ ପାଇଛି। ଏଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ରହିଛି।

ଅଧିକାରୀଙ୍କ କହିବାନୁସାରେ, ଚିକିତ୍ସା ଅଭାବ ଯକ୍ଷ୍ମା ସଂକ୍ରମଣର ମୁଖ୍ୟ କାରଣ। ବର୍ତ୍ତମାନ, ୭୫ଜଣ ଯକ୍ଷ୍ମା କାନ୍ଦାହାରର ଡାକ୍ତର ବିନା ବର୍ଡର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ବୋଲି ଟୋଲୋ ନ୍ୟୁଜ ରିପୋର୍ଟ କରିଛି।

Share