ଯୁଦ୍ଧ ଭିତରେ ୟୁକ୍ରେନ ଛାଡିଥିଲେ ଭାରତୀୟ ଏମବିବିଏସ ଛାତ୍ରୀଛାତ୍ର, ଏବେ ଏହି ଦେଶର ୟୁନିଭରସିଟିରେ ନେଲେ ଆଡମିଶନ

ନୂଆଦିଲ୍ଲୀ/ତାସକେଣ୍ଟ,୧୬।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଧ୍ୱଂସ ବିଭୀଷିକା ବନ୍ଦ ହୋଇନାହିଁ। ରୁଷିଆ ସୈନ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ମୁହଁତୋଡ ଜବାବ ଦେଉଛନ୍ତି। ଯୁଦ୍ଧରେ ଅନେକ ଘର, ସ୍କୁଲ ଏପରିକି ବହୁ ସହର ଧ୍ୱଂସ ହୋଇଯାଇଛି। ଲକ୍ଷଲକ୍ଷ ୟୁକ୍ରେନବାସୀ ନିଜ ଇଲାକା ଛାଡି ଅନ୍ୟ ଦେଶରେ ଶରଣ ନେଇଛନ୍ତି। ଏହି ଯୁଦ୍ଧ ବିଭୀଷିକାରେ ୧୦ହଜାର ଭାରତୀୟ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ୨ବର୍ଷ ପୂର୍ବେ ଯୁଦ୍ଧ ଯୋଗୁ ଜୀବନ ବଞ୍ଚାଇ ବହୁ ଛାତ୍ର ଦେଶ ଛାଡି ଥିଲେ। ସେମାନଙ୍କ ପାଠପଢିବା ବନ୍ଦ ହୋଇଗଲା ବୋଲି ସେମାନେ ଭାବି ସାରିଥିଲେ।
କିନ୍ତୁ ଏସମ୍ପର୍କରେ ଏକ ଖୁସି ଖବର ମିଳିଛି। ୨ବର୍ଷ ପୂର୍ବେ ୟୁକ୍ରେନ ଛାଡିଥିବା ଭାରତୀୟ ମେଡିକାଲ ଛାତ୍ର ପୁଣି ଥରେ ପାଠପଢା ଆରମ୍ଭ କରିଛନ୍ତି। ଉଜବେକିସ୍ତାନର ଏକ ଅଗ୍ରଣୀ ୟୁନିଭରସିଟରେ ୧୦୦୦ଭାରତୀୟ ଛାତ୍ରୀଛାତ୍ର ପାଠପଢା ଆରମ୍ଭ କରିଛନ୍ତି।
୨୦୨୧ ଯୁଦ୍ଧ ପ୍ରଭାବିତ ଦେଶ ୟୁକ୍ରେନରୁ ବାହାର କରାଯାଇଥିବା ହଜାର ଜହାର ଭାରତୀୟ ଏମବିବିଏସ ଛାତ୍ର ପୁଣି ଥରେ ସେମାନଙ୍କ ପାଠପଢା ଆରମ୍ଭ କରିଛନ୍ତି। ଉଜବେକିସ୍ତାନର ଏକ ଅଗ୍ରଣୀ ମେଡିକାଲ ୟୁନିଭରସିଟିରେ ସେମାନେ ଆଡମିଶନ କରିଛନ୍ତି।

Share