Categories: ଜାତୀୟ

ଭାରତମାଳା ପରିଯୋଜନାରେ ୧୨ ହଜାରରୁ ଅଧିକ କିମିର ସଡ଼କ ପଥର କାର୍ଯ୍ୟ ଶେଷ ହୋଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୧।୧୦: ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶରେ ୧୨ ହଜାର ୪୧୩ କିମିର ସଡ଼କ ପଥର କାର୍ଯ୍ୟ ୨୦୨୦ ଅଗଷ୍ଟ ସୁଦ୍ଧା ଶେଷ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଏସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ୩୨୨ ପ୍ରକଳ୍ପ ଅନ୍ତର୍ଗତ ଏହି ସଡ଼କ ପଥଗୁଡ଼ିକ ନିର୍ମିତ ହୋଇଛି। ଏହି ପରିଯୋଜନାରେ ୨ ହଜାର ୯୨୧ କିମିର ସଡ଼କ ପଥ ନିର୍ମିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ୮୦୦ କିମି ସଡ଼କ ପଥର ବିକାଶ କାର୍ଯ୍ୟ ଶେଷ ହୋଇଥିଲା। ସେଥିମଧ୍ୟରେ ୧୦ ହଜାର ଜାତୀୟ ରାଜପଥ ଥିଲା। ସଡ଼କ ବିକାଶ କାର୍ଯ୍ୟରେ ୫୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share