ଯୁଦ୍ଧ ପାଇଁ ଭିଟାମାଟି ଛାଡିଲେ ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ…

କ୍ୱିଭ୍‌, ୨୬।୨ : ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଲୋକେ ଜୀବନ ବିକଳରେ ପଡ଼ୋଶୀ ଦେଶ ସୀମାରେ ପହଞ୍ଚିଛନ୍ତି। ଗତ ୩ ଦିନ ମଧ୍ୟରେ ଲୋକେ ନିଜର ଅତ୍ୟାବଶ୍ୟକ ଜିନିଷପତ୍ର ଧରି ସୀମାନ୍ତ ମୁହାଁ ହୋଇଛନ୍ତି। ଜାତିସଂଘ ଶରଣାର୍ଥୀ ହାଇକମିଶନରର ପ୍ରବକ୍ତା ଶାବିୟା ମଣ୍ଟୁ କହିଛନ୍ତି ଯେ, ଇତିମଧ୍ୟରେ ୧,୧୬,୦୦୦ ଲୋକ ଅନ୍ତର୍ରାଷ୍ଟ୍ରୀୟ ସୀମା ପାର୍‌ କରି ସାରିଛନ୍ତି।

ଧିରେଧିରେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକଳନ କରାଯାଇଛି ଯେ, ପ୍ରାୟ ୪୦ ଲକ୍ଷ ଶରଣାର୍ଥୀ ବିଭିନ୍ନ ଦେଶରେ ଆଶ୍ରୟ ନେବାର ସମ୍ଭାବନା ରହିଛି।

ଶରଣାର୍ଥୀମାନେ ପୋଲାଣ୍ଡ, ହଙ୍ଗେରୀ,ମାଲଡୋଭା, ରୋମାନିଆ, ସ୍ଲୋଭାକିଆ ଆଦି ଦେଶରେ ଆଶ୍ରୟ ନେଉଛନ୍ତି। କେତେକ ବେଲାରୁଷ ମଧ୍ୟ ଯାଉଥିବା ମଣ୍ଟୁ କହିଛନ୍ତି। ଶନିବାର ପୋଲାଣ୍ଡ ସରକାର କହିଛନ୍ତି ଯେ, ଗତ ୪୮ ଘଣ୍ଟାରେ ପ୍ରାୟ ଏକ ଲକ୍ଷ ଲୋକ ୟୁକ୍ରେନ୍‌ ସୀମା ଅତିକ୍ରମ କରିଛନ୍ତି।

ପୋଲାଣ୍ଡ ସୀମାରେ ୧୫ କିଲୋମିଟର ପର୍ଯ୍ୟନ୍ତ ଯାନବାହନର ଧାଡ଼ି ଲମ୍ବି ରହିଛି।

Share