ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ରୁ ଅଧିକ ଲୋକଙ୍କ ଗଲାଣି ଜୀବନ

କ୍ୱିଭ୍‌,୨୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବଢିବାରେ ଲାଗିଛି। ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ୟୁକ୍ରେନ ସେନା ରୁଷିଆର ଆକ୍ରୋଶର ଶିକାର ହୋଇଛି। ରୁଷିଆ ଆକ୍ରମଣରେ ଏ ପର୍ଯ୍ୟନ୍ତ ୟୁକ୍ରେନର ୧୩୭ ଜଣ ପ୍ରାଣ ଥିବା ସୂଚନା ମିଳିଛି।
ରୁଷିଆର ବିମାନ ଏବଂ ହେଲିକପ୍ଟରଗୁଡ଼ିକ ୟୁକ୍ରେନର ଏୟାର ବେସ ଉପରେ ବୋମା ପକାଇବା ଜାରି ରଖିଛି। ୟୁକ୍ରେନର ୭୪ଟି ସାମରିକ ବେସ ଏବଂ ୧୧ଟି ଏୟାର ବେସ ଧ୍ୱଂସ କରିଥିବା ରୁଷିଆ ଦାବି କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ୟୁକ୍ରେନର ଏୟାର ବେସ ଏବଂ ସାମରିକ ବେସ୍‌କୁ କବଜା କରିଥିବା ଦାବି କରିଛି। କଳିଭଠାରୁ ୯୦ କିଲୋମିଟର ଦୂରରେ ଥିବା ଚେର୍ନୋବାଇଲ ପରମାଣୁ କାରଖାନା ମଧ୍ୟ ରୁଷିଆ ଦ୍ୱାରା ଅଧିକୃତ ହୋଇଥିବା ଜଣାପଡିଛି।

Share