ରୁଷିଆ ଆକ୍ରମଣରେ ୧୪୧୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

କ୍ୱିଭ୍‌,୪।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୦ ଦିନ ପୂରିଛି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଏଠାରେ ଅନେକ କ୍ଷତି ହୋଇଛି। ଏଥିସହିତ ୟୁକ୍ରେନ ଦ୍ୱାରା ମଧ୍ୟ ଏହି ଆକ୍ରମଣର ଜବାବ ଦିଆଯାଉଛି। ମିଳିତ ଜାତିସଂଘ ଅନୁଯାୟୀ, ଏ ପର୍ଯ୍ୟନ୍ତ ରୁଷିଆ ଆକ୍ରମଣରେ ୧୪୧୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦୩୮ ଜଣ ଲୋକ ଆହତ ହୋଇଛନ୍ତି। ଏହି ସଂଖ୍ୟାରେ ମାରିଉପୋଲ ଏବଂ ଇରପିନ ସହରରେ ମୃତ୍ୟୁ ସାମିଲ ନାହିଁ। ଏହାକୁ ମିଶାଇଲେ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି ମିଳିତ ଜାତିସଂଘ କହିଛି।
ଗ୍ରାମୀ ପୁରସ୍କାର ବିତରଣ ସମାରୋହରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କର ଏକ ପୂର୍ବ-ରେକର୍ଡ ହୋଇଥିବା ଭିଡିଓ ପ୍ଲେ କରାଯାଇଥିଲ। ଏଥିରେ ସେ ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ ପାଇଁ ବିଶ୍ୱକୁ ନିବେଦନ କରିଥିଲେ। ଜେଲେନସ୍କି କହିଛନ୍ତି, ମାରିଉପୋଲରେ ପ୍ରାୟ ୧.୫ ଲକ୍ଷ ଲୋକ ଫସି ରହିଛନ୍ତି। ସେଠାକୁ ମାନବିକ ସହାୟତା ଦେବା କଷ୍ଟସାଧ୍ୟ ହୋଇପଡିଛି।

Share