Categories: ଜାତୀୟ

ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି ୧୬ ଲକ୍ଷରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ, ୧୦।୨:୨୦୧୧ ପରଠାରୁ ଦେଶରେ ମୋଟ ୧୬,୬୩,୪୪୦ ଜଣ ଭାରତୀୟ ନାଗରିକତ୍ୱ ତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର ରାଜ୍ୟ ସଭାରେ କହିଛନ୍ତି। ଗତବର୍ଷ ୨,୨୫,୬୨୦ ଜଣ ନାଗରିକତ୍ୱ ଛାଡ଼ିଛନ୍ତି। ୨୦୧୫ରେ ୧,୩୧,୪୮୯ ଜଣ ନାଗରିକତ୍ୱ ଛାଡ଼ିଥିବାବେଳେ ୨୦୧୬ରେ ୧,୪୧,୬୦୩ ଏବଂ ୨୦୧୭ରେ ୧,୩୩,୦୪୯ ଜଣ ନାଗରିକତ୍ୱ ଛାଡ଼ିଥିବା ଜୟଶଙ୍କର ସୂଚନା ଦେଇଛନ୍ତି। ରାଜ୍ୟ ସଭାରେ ଜୟଶଙ୍କର ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଭାରତୀୟ ଗ୍ରହଣ କରିଥିବା ୧୩୫ ଦେଶର ନାଗରିକତ୍ୱର ନାମ ତାଲିକା ରହିଛି।

Share