Categories: ଜାତୀୟ

୫୦ ବର୍ଷ ମଧ୍ୟରେ ଅଂଶୁଘାତ ନେଲାଣି ୧୭ ହଜାରରୁ ଅଧିକ ଲୋକଙ୍କ ଜୀବନ

ନୂଆଦିଲ୍ଲୀ,୪।୭: ଆଜିକାଲି ପୃଥିବୀର ଅନେକ ଦେଶରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କାନାଡାରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ପାଣିପାଗ ବିଜ୍ଞାନୀମାନେ ଏକ ଅଧ୍ୟୟନରେ କହିଛନ୍ତି ଯେ ୧୯୭୧ ପରଠାରୁ ଅଂଶୁଘାତରେ ଭାରତରେ ୧୭,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅଧ୍ୟୟନ ଦାବି କରିଛି ଯେ ଏକ୍ସଟ୍ରିମ୍‌ ଓ୍ବେଦର୍‌ ଇଭେଣ୍ଟ୍‌ (ଇଡବ୍ଲ୍ୟୁଇ) ଅର୍ଥାତ୍‌ ଅତ୍ୟଧିକ ଉତ୍ତାପ ହେତୁ ୧୯୭୧ ପରଠାରୁ ୧,୪୧,୩୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୧୭,୩୬୨ ଜଣଙ୍କର ଅଂଶୁଘାତ ଯୋଗୁ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ। ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବନଙ୍କ ନେତୃତ୍ୱରେ ଏହି ଅଧ୍ୟୟନ ହୋଇଛି। ଯେଉଁଥିରେ ବୌଜ୍ଞାନିକ କମଲଜିତ ରୟ, ଏସଏସ ରୟ, ଆର,କେ ଗିରି ଏବଂ ଏ.ପି ଡିମରି ରହିଛନ୍ତି। କମଲଜିତ ଅଧ୍ୟୟନର ଫଳାଫଳକୁ ଲେଖିଛନ୍ତି।
ନିକଟ ଅତୀତରେ ଉତ୍ତର ଗୋଲାର୍ଦ୍ଧରେ ପ୍ରବଳ ଉତ୍ତାପ ହେତୁ ଏହି ଅଧ୍ୟୟନ ଗୁରୁତ୍ୱ ବହନ କରେ। ସପ୍ତାହ ପୂର୍ବରୁ, କାନାଡା ଏବଂ ଆମେରିକାରେ ପ୍ରବଳ ଉତ୍ତାପ ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।

Share