Categories: ଜାତୀୟ

ଯୋଗ ଦିବସରେ ସାମିଲ ହେବେ ୧୮୦ରୁ ଅଧିକ ଦେଶ, ମୋଦି ନେବେ ନେତୃତ୍ୱ…

ନୂଆଦିଲ୍ଲୀ,୧୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜୁନ ୨୧ରେ ଆୟୋଜିତ ହେବାକୁ ଥିବା ଯୋଗ ଦିବସରେ ପୃଥିବପୀର ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ବିଭିନ୍ନ ଦେଶର ରାଜନେତା, ଶିକ୍ଷାବିତ୍‌, କଳାକାର, ଶିଳ୍ପପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୋଦି ଜାତିସଂଘ ମୁଖ୍ୟାଳୟରେ ସ୍ଥାନୀୟ ସମୟ ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ଯୋଗ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ୨୦୧୫ରେ ଜାତିସଂଘ ପକ୍ଷରୁ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଚଳିତବର୍ଷ ଯୋଗ ଦିବସର ନବମ ବାର୍ଷିକ ଉତ୍ସବ ପାଳନ କରାଯିବ।

Share