କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି। ଏପରିସ୍ଥଳେ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା କରୋନା ସର୍ଭେ ରିପୋର୍ଟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ କରୋନାରେ ଲଗାମ ଲଗାଯାଇ ପାରୁ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଦର୍ଶାଯାଇଛି ଯେ, ରାଜ୍ୟରେ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୯୩ ଲକ୍ଷରୁ ଅଧିକ ରହିଥିଲା। ଇତି ମଧ୍ୟରେ ରାଜ୍ୟର ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. କେ. ସୁଧାକର ସୂଚନା ଦେଇଛନ୍ତି।

Share