Categories: ଜାତୀୟ

ଖୁସି ଖବର: କରୋନାରୁ ସୁସ୍ଥ ହେବା ସଂଖ୍ୟା ୨ କୋଟିରେ ପହଞ୍ଚିଲା; ସଂକ୍ରିୟ ମାମଲା କମିଲା

ନୂଆଦିଲ୍ଲୀ,୧୪।୫: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଶୁକ୍ରବାର ଆଉ ୩,୪୩,୧୪୪ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୦,୪୬,୮୦୯କୁ ବୃଦ୍ଧି ପାଇଛି। ସେହିଭଳି ୪୦୦୦ ଲୋକଙ୍କ ମୃତ୍ୟୁ ପରେ ମୋଟ ମୃତକ ସଂଖ୍ୟା ୨,୬୨,୩୧୭ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୭,୦୪,୮୯୩ ରହିଛି। ଏସବୁ ମଧ୍ୟରେ ଭାରତରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି ଏହି ସଂଖ୍ୟା ଦୁଇ କୋଟିରୁ ଅଧିକ ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୩,୪୪,୭୭୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଦୈନିକ ନୂଆ ପଜିଟିଭ୍‌ ସଂଖ୍ୟା ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଫଳରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି।

ଭାରତରେ ମୋଟ ସଂକ୍ରିୟ ସଂକ୍ରମିତ ମାମଲାରେ ୭୯.୭% ୧୨ ରାଜ୍ୟର ରହିଛି। କର୍ନାଟକରେ ଏବେ ସର୍ବାଧିକ ସକ୍ରିୟ ମାମଲା ରହିଛି। ୫,୯୩,୦୯୮ ଲୋକ କରୋନାରେ ଏବେ ଚିକିତ୍ସିତ ହେଉଛନ୍ତି। ଏହାପରେ ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ସଂକ୍ରିୟ ସଂଖ୍ୟା ଅଧିକ ରହିଛି। ହେଲେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଲୋକ(୮୫୦)ଙ୍କ ମୃତ୍ୟୁ କରୋନାରେ ହୋଇଥିବା ଜଣାପଡ଼ିଛି।

Share