Categories: ଜାତୀୟ

କଂଗ୍ରେସରେ ସାମିଲ ହେଲେ ୨୦ରୁ ଅଧିକ ଏଏପି ନେତା

ନୂଆଦିଲ୍ଲୀ,୩୦।୯: ଜାତୀୟ ରାଜଧାନୀରେ ଦିଲ୍ଲୀରେ ୨୦ରୁ ଅଧିକ ଏଏପି ନେତା ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ଅଧିକାରୀମାନେ ଏହି ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଅଧିକ ଲୋକ କଂଗ୍ରେସରେ ଯୋଗଦେବେ ବୋଲି ଆଶା କରାଯାଉଛି। ଦିଲ୍ଲୀ କଂଗ୍ରେସ ଏକ ବୟାନରେ କହିଛି, ଦିଲ୍ଲୀ କଂଗ୍ରେସର ପୂର୍ବତନ ସଚିବ କୁଲଦୀପ ଭାଟି ଏବଂ ଯୋଗେନ୍ଦ୍ର ଭାଟି ଏବଂ ପୂର୍ବତନ ବ୍ଲକ ସଭାପତି ମହେନ୍ଦ୍ର କୁମାରଙ୍କ ସମେତ ୩୦ରୁ ଅଧିକ ଲୋକ ଆମ ଆଦମୀ ପାର୍ଟି(ଏଏପି)ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି।

Share