ଗୋଟିଏ ସୋସାଇଟିରେ ୨୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ

ଗୁରୁଗ୍ରାମ,୨୮ ।୨: କରୋନା ମହାମାରୀର କଡ ଲେଉଟାଣି ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇଲାଣି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମ୍ ହୋଇ ଆସିଥିବା ବେଳେ ଗତ କିଛିଦିନ ହେବ କିଛି ରାଜ୍ୟରେ ପୁଣି ଏହା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ପ୍ରଶାସନ ବି ସକ୍ରିୟ ହୋଇ ଉଠିଛି । ତେବେ ଗୁରୁଗ୍ରାମର ଏକ ସୋସାଇଟିରେ ୨୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ସେଠାକାର ୪ ଟାଓ୍‌୍ୱାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁରୁଗ୍ରାମର ସେକ୍ଟର-୬୭ ସ୍ଥିତ ଆଇରିୟୋ ସୋସାଇଟିର ୪ ଟାୱାର ମଧ୍ୟରୁ ୩ଟିରେ ୨୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପ୍ରଥମେ ସେଠାରେ ୩ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଯାଞ୍ଚ ଶିବିର ମାଧ୍ୟମରେ ଅନ୍ୟମାନଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ପ୍ରଶାସନ ପକ୍ଷରୁ ସେଠାରେ ଥିବା ଟାୱାର ଏ, ଟାୱାର ବି, ଟାୱାର ଡି ଓ ଟାୱାର ସି-୫କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

Share