ଦିନକରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୯।୧ : ଗୋଟିଏ ଦିନରେ ପୃଥିବୀରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫ ହଜାର ୨୮୬ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାରେ ଏହି ସମୟ ମଧ୍ୟରେ ସର୍ବାଧିକ ୩ ଲକ୍ଷ ୮୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାର ବିଭିନ୍ନ ହସ୍ପିଟାଲଗୁଡ଼ିକରେ କେବଳ ୧୨ ପ୍ରତିଶତ ଶଯ୍ୟା ଉପଲବ୍ଧ ଥିବାରୁ ସ୍ଥିତି ସଙ୍କଟ ଜନକ ରହିଛି।

ଅଷ୍ଟ୍ରେଲିଆରେ ଓମିକ୍ରୋନ୍‌ ସଂକ୍ରମଣ ଶୀର୍ଷରେ ରହିଛି। ଏଠାରେ ମଙ୍ଗଳବାର ୭୩ ହଜାରରୁ ଅଧିକ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୫୭,୦୦୦ ନର୍ସ ଏବଂ ୧୦୦,୦୦୦ରୁ ଅଧିକ କର୍ମଚାରୀଙ୍କୁ ଓମିକ୍ରନ ପ୍ରଭାବିତ ଅଞ୍ଚଳକୁ ପଠାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ ହଣ୍ଟ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି।

ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଟୋକିଓ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସାମାଜିକ ପ୍ରତିବନ୍ଧକ ଲଗାଇବାକୁ ଜାପାନ ସରକାର ପ୍ରସ୍ତୁତ ହେଉଛନ୍ତି। ମହାମାରୀ ଯୋଗୁ ଜାପାନ ଏପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ହୋଇ ନାହିଁ କିନ୍ତୁ ରେଷ୍ଟୁରାଣ୍ଟ ଏବଂ ବାରଗୁଡିକୁ ବନ୍ଦ ରଖାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ମାମଲାରେ ଦେଶର ବହୁ ଅଞ୍ଚଳରେ ଭିଡ଼ ଦେଖିବାକୁ ମିଳୁଛି ଏବଂ ବହୁ ସଂଖ୍ୟାରେ ଲୋକ ଦୋକାନ ଏବଂ ଇଭେଣ୍ଟରେ ଏକାଠି ହେଉଥିବାରୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ କରାଯାଉଛି।

Share