ବନ୍ୟାରେ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ, ୩ କୋଟି ଲୋକ ପ୍ରଭାବିତ

ଇସଲାମାବାଦ,୮ା୧୦: ପାକିସ୍ତାନରେ ବନ୍ୟା ଯୋଗୁ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକେ ଏବେ କ୍ୟାମ୍ପରେ ରହୁଛନ୍ତି। ଏହା ଦ୍ୱାରା ରୋଗ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବନ୍ୟା ପରେ ପାକିସ୍ତାନରେ ଜଳବାହକ ତଥା ଅନ୍ୟାନ୍ୟ ରୋଗର ସଙ୍କଟ ଦେଖାଦେଇପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।

ମିଳିତ ଜାତିସଂଘ ପାକିସ୍ତାନରେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ମିଳିତ ଜାତିସଂଘ ଅନ୍ତର୍ଜାତୀୟ ସମର୍ଥନ ଏବଂ ସହାୟତା ସଂଗ୍ରହ ପାଇଁ ପ୍ରୟାସକୁ ଜୋରଦାର କରିବାକୁ କହିଛି। ଜାତିସଂଘର ମୁଖ୍ୟ ପାକିସ୍ତାନର ସ୍ଥିତି ସୁଧାରିବା ପାଇଁ ଏକତା ଦେଖାଇବାକୁ ସମଗ୍ର ବିଶ୍ୱକୁ କହିଛନ୍ତି।

ଜାତିସଂଘ ମୁଖ୍ୟ ଚେତାବନୀ ଦେଇଛନ୍ତି କହିଛନ୍ତି ଯେ, ବିଶ୍ୱ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି। ଆମେ ପ୍ରକୃତି ବିରୋଧରେ ଯୁଦ୍ଧ କରୁଛୁ ଏବଂ ପ୍ରକୃତି ବିନାଶକାରୀ ଭାବରେ ପ୍ରତିଶୋଧ ନେଉଛି। ସେ କହିଛନ୍ତି, ଆଜି ବିପର୍ଯ୍ୟୟ ପାକିସ୍ତାନରେ ଅଛି, ଆସନ୍ତାକାଲି ଏହା ଆପଣଙ୍କ ଦେଶରେ ହୋଇପାରେ। ତେଣୁ ଆମକୁ ନିର୍ଗମନକୁ ହ୍ରାସ କରିବାକୁ ପଡ଼ିବ।

Share