ଆମେରିକାର ଅଲବାମାରେ ଏକ ବାର୍ଥ ଡେ’ ପାର୍ଟିରେ ଗୁଳିକାଣ୍ଡ, ୨୦ରୁ ଅଧିକଙ୍କୁ ଲାଗିଛି ଗୁଳି

ଅଲବାମା,୧୬।୪: ଆମେରିକା ଅଲବାମାର ଡେଡଭିଲେରେ ଏକ ଡ୍ୟାନ୍ସ ଷ୍ଟୁଡିଓରେ ରଖାଯାଇଥିବା ବାର୍ଥ ଡେ’ ପାର୍ଟିରେ ଅତିକମରେ ୨୦ ଜଣ ଲୋକଙ୍କୁ ଗୁଳି କରାଯାଇଛି। ଜଣେ ଝିଅର ଜନ୍ମଦିନ ପାଳନ କରିବାକୁ ଏମାନେ ଏକାଠି ହୋଇଥିଲେ। ଉପସ୍ଥିତ ଥିବା ଲୋକେ ଓ ମିଡିଆ ରିପୋର୍ଟ ଅନୁଯାୟୀ, ଗୁଳିକାଣ୍ଡରେ କେତେଜଣଙ୍କର ମୃତ୍ୟୁ ହୋଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଶନିବାର ରାତି ପ୍ରାୟ ସାଢେ ୧୦ଟାରେ ହୋଇଛି। ପୋଲିସକୁ ସୂଚନା ଦିଆଯାଇଥିଲା କି ତାଲାପୁସା କାଉଣ୍ଟିର ଡାଡେଭିଲେ ସ୍ଥିତ ମହୋଗନି ମାଷ୍ଟରପିସ ଡ୍ୟାନ୍ସ ଷ୍ଟୁଠିଓରେ ଗୁଳିକାଣ୍ଡ ହୋଇଛି।

ମୃତକଙ୍କ ସଠିକ ସଂଖ୍ୟା ସମ୍ପର୍କରେ ଅଧିକାରୀମାନେ କୌଣସି ସୂଚନା ଦେଇ ନାହାନ୍ତି। ଏକ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲର ରିପୋର୍ଟର ଏଲିଜାବେଥ ହ୍ବାଇଟ କହିଛନ୍ତି କି କୌଣସି ବିବାଦକୁ ନେଇ ୨୦ରୁ ଅଧିକ ଲୋକଙ୍କୁ ଗୁଳି କରାଯାଇଛି, ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଛି।

Share