ପାଣି ଘେରରେ ୨୦ରୁ ଊର୍ଦ୍ଧ୍ୱ ଗାଁ

ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଚିଲିକା ବ୍ଲକ ଅଧୀନ ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀରେ ରହିଥିବା ବେଳେ ଏକାଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବର୍ଷା ଜଳ ଘରେ ପଶିବାରୁ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଆଙ୍କୁଲା ପଞ୍ଚାୟତର ପାଇକକୁଶଡ଼ିହ, ରାହାଣବେଲୀ, ଡ଼ାଙ୍ଗୁଆ, କ୍ଷେତ୍ରପାଳ, ଆଙ୍କୁଲା, ବାଙ୍କିଆପଲ୍ଲୀ, ବ୍ରାହ୍ମଣ କୁଶଡ଼ିହ, ଲମ୍ବୋଧରପୁର, କୁମାଣ୍ଡଳପାଟଣା ପଞ୍ଚାୟତର କାଲୁରୀ, ସାମନ୍ତସିଂହାର ପୁର, କୁମାଣ୍ଡଳ ପାଟଣା, ହାରାପୁର ଏବଂ ସିଙ୍ଗେଶ୍ୱର ପଞ୍ଚାୟତର ଧୂଆଁଳ, କୁମ୍ଭୀରପଡ଼ା, ବିଷ୍ଣୁଡ଼ିହ ପଞ୍ଚାୟତର କୋତରୀ ଆଦି ଗ୍ରାମ ପାଣି ଘେରରେ ରହିଛି। ସାମନ୍ତସିଂହାରପୁର ଠାରୁ କାଲୁରୀ ପର୍ଯ୍ୟନ୍ତ ରାସ୍ତାରେ ତିନି ଫୁଟରୁ ଊର୍ଦ୍ଧ୍ୱ ପାଣି ପ୍ରଭାବିତ ହେଉଛି।

Share