୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ପୃଥିବୀର ୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୟାବିନେଟ୍‌ ପଦବୀରେ କାର୍ଯ୍ୟ କରୁଛନ୍ତି। ଆମେରିକା ଏବଂ ବ୍ରିଟେନ୍‌ ସମେତ ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ ଆଦି ଦେଶରେ ପ୍ରବାସୀ ଭାରତୀୟମାନେ ନେତୃତ୍ୱ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛନ୍ତି। ୨୦୨୧ ଇଣ୍ଡିଆସ୍ପୋରା ଗଭର୍ନମେଣ୍ଟ୍‌ ଲିଡରର୍ସ ଲିଷ୍ଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁସାରେ ୩ କୋଟି ୨୦ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟ ପୃଥିବୀର ବିଭିନ୍ନ ଦେଶରେ ବାସ କରୁଛନ୍ତି। ପ୍ରବାସୀ ଭାରତୀୟ ବାସ କରୁଥିବା ଦେଶଗୁଡ଼ିକର ଆର୍ଥିକ ବିକାଶରେ ସେମାନଙ୍କର ମୋଟ ଯୋଗଦାନ ପରିମାଣ ୨୮ ଟ୍ରିଲିଅନ୍‌ ଡଲାର ରହିଛି। ସେହିପରି ପ୍ରବାସୀ ଭାରତୀୟମାନେ ଏସବୁ ଦେଶର ୫୮୭ ନିୟୁତରୁ ଅଧିକ ନିର୍ବାଚନ ମଣ୍ଡଳୀର ପ୍ରତିନିଧ୍ୱତ୍ୱ କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share