ଦିନେ କମିଲେ ଦିନେ ବଢ଼ୁଛି: ରାଜ୍ୟରେ ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାରରୁ ଅଧିକ ରହୁଛି। ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ଲୋକମାନେ ପୁଣି ଥରେ ମାର୍କେଟରେ ଗହଳି କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୨,୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ସମାନ୍ୟ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୧୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୨୫୮ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୨୪ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୧୦ ଓ କଟକରୁୁ ୩୦୮ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୯, ବାଲେଶ୍ୱର ୧୬୧, ବରଗଡ଼ ୧୫, ଭଦ୍ରକ ୭୬, ବଲାଙ୍ଗୀର ୪, ବୌଦ୍ଧ ୬, ଦେବଗଡ଼ ୧, ଢ଼େଙ୍କାନାଳ ୭୦, ଗଜପତି ୪, ଗଞ୍ଜାମ ୩, ଜଗତସିଂହପୁର ୮୭, ଯାଜପୁର ୧୭୫, ଝାରସୁଗୁଡ଼ା ୯, କଳାହାଣ୍ଡି ୧୩, କନ୍ଧମାଳ ୧୪, କେନ୍ଦ୍ରାପଡ଼ା ୫୫, କେନ୍ଦୁଝର ୪୪, କୋରାପୁଟ ୨୮, ମାଲକାନଗିରି ୨୫, ମୟୁରଭଞ୍ଜ ୯୨, ନବରଙ୍ଗପୁର ୧୬, ନୟାଗଡ଼ ୭୫, ନୂଆପଡ଼ା ୨, ପୁରୀ ୯୪, ରାୟଗଡ଼ା ୨୨, ସମ୍ବଲପୁର ୨୪, ସୁବର୍ଣ୍ଣପୁର ୧୩, ସୁନ୍ଦରଗଡ଼ ୫୪ ଓ ଷ୍ଟେଟ ପୁଲରୁ ୯୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨,୧୧୧ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୨୫,୫୨୬ଜଣ ସୁସ୍ଥ ହୋଇଥିବା ବେଳେ ୨୧,୫୪୦ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share