Categories: ଜାତୀୟ

ପୋଲିସ ଷ୍ଟେଶନ ପରିସରରେ ଜଳିଗଲା ୨୫ ଗାଡି

ଖେଡା,୭ ।୧୧: ଗୁଜରାଟର ଖେଡା ଜିଲାରେ ଖେଡା ପୋଲିସ ଷ୍ଟେଶନ ପରିସରରେ ୨୫ଟି ଗାଡି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ଶନିବାର ରାତିରେ ଗାଡି ଗୁଡିକରେ ନିଆଁ ଲାଗିଯାଇଥିଲା । ଏଥିରେ ବାଇକ, ଅଟୋରିକ୍ସା ଓ କିଛି କାର ଜଳିଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏବେବି ଜଣାପଡି ନାହିଁ । ପୋଲିସ ଷ୍ଟେଶନ ପରିସରରେ ଏତେ ସଂଖ୍ୟକ ଗାଡି ପୋଡିଯିବାକୁ ନେଇ ଏବେ ସବୁଠି ଆଲୋଚନା ଜାରି ରହିଛି ।

Share