Categories: ଜାତୀୟ

ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି, ଇଡ଼ି କାହିଁକି କରୁନି ଚଢାଉ: ପ୍ରିୟଙ୍କାଙ୍କ ପ୍ରଶ୍ନ…

ଭୋପାଳ,୫।୧୦ : କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମଧ୍ୟପ୍ରଦେଶର ଧାରର ମୋହନଖେଡା ଠାରେ ପହଞ୍ଚିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଗତ ୧୮ ବର୍ଷ ମଧ୍ୟରେ ୧୭ ହଜାର ଯୁବବର୍ଗ ଆତ୍ମହତ୍ୟା କରିଛନ୍ତି। ସରକାର ରାଜ୍ୟର ଲୋକେଙ୍କ ଆଥିକ ସ୍ଥିତିକୁ ଦୁର୍ବଳ କରିଛନ୍ତି। ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି ହୋଇଛି। ମାତ୍ର ରାଜ୍ୟରେ କାହିଁକି ଇଡି ଚଢାଉ କରୁ ନାହିଁ।

ବ୍ୟାପମ ସ୍କାମରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କେହି ଏହାର ଅନୁସନ୍ଧାନ କରିଛନ୍ତି କି? ମୁଁ ଏନେଇ ଇଡିକୁ ପ୍ରଶ୍ନ କରୁଛି।

ଲୋକଙ୍କୁ ପେନସନ ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ କିନ୍ତୁ  ଆଦାନୀକୁ ହଜାର ହଜାର କୋଟି ଟଙ୍କା ଛାଡି ଦେବା ଲାଗି ପାଖରେ ଟଙ୍କା ଅଛି।

Share