ନବରାତ୍ରୀ ଅବସରରେ ୨୫୦୦ରୁ ଅଧିକ ପ୍ରତିମା ପ୍ରଦର୍ଶିତ…

ଥିରୁଭାନନ୍ତପୁରମ୍‌,୧୧।୧୦: ନବରାତ୍ରୀ ଅବସରରେ କେରଳରେ ବମ୍ମାଇ କୋଲୁ ପାଇଁ ୨୫୦୦ରୁ ଅଧିକ କ୍ଷୁଦ୍ର ପ୍ରତିମା ପ୍ରଦର୍ଶିତ ହୋଇଛି। ଏଭଳି ପ୍ରତିମା ପ୍ରଦର୍ଶନକୁ କେରଳରେ ବୋମ୍ମାଇ-କୋଲୁ କୁହାଯାଇଥାଏ। ଥିରୁଭାନନ୍ତପୁରମ୍‌ଠାରେ ଥିବା ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ପ୍ରଦର୍ଶନ ହୋଇଛି। ଏହା କେରଳର ନବରାତ୍ରୀ ଉତ୍ସବର ମୁଖ୍ୟ ଆକର୍ଷଣ ।

ନବରାତ୍ରୀ ମହୋତ୍ସବର ଏକ ଅଂଶ ଭାବରେ କେରଳରେ ହିନ୍ଦୁ ଦେବତାମାନଙ୍କର ଧାତୁ ମୂର୍ତ୍ତି ଏବଂ ମାଟିରେ ନିର୍ମିତ ମୂର୍ତ୍ତି  ଘରେ ସଜାଯାଇଥାଏ। ଲୋକେ ନିଜ ବନ୍ଧୁ ବାନ୍ଧବ ପ୍ରିୟପରିଜନଙ୍କ ଘରେ ହୋଇଥିବା ବୋମ୍ମାଇ କୋଲୁ ଦେଖିବାକୁ ଘର ଘର ବୁଲିଥାନ୍ତି। ପୂର୍ବରୁ ତାମିଲ ବ୍ରାହ୍ମଣମାନଙ୍କ ମଧ୍ୟରେ ଏହା ଏକ ପରମ୍ପରା ଥିଲା, କିନ୍ତୁ ଏବେ ଅନ୍ୟମାନେମ ମଧ୍ୟ ନିଜ ଘରେ ବୋମ୍ମାଇ କୋଲୁ କରୁଛନ୍ତି।

ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ଏକ ପୁରୁଣା ପରମ୍ପରା। ନବରାତ୍ରୀ ଅବସରରେ ବିଭିନ୍ନ ଦେବତାଙ୍କ ମୂର୍ତ୍ତି ମଣ୍ଡପମରେ ସଜାଯାଇଥାଏ। ଏହି ଉତ୍ସବ ଅକ୍ଟୋବର ୧୫ରେ ତାରିଖ ସୁଦ୍ଧା ଶେଷ ହେବ ବୋଲି ଗାନ୍ଧାରୀ ଅମ୍ମା କୋଭିଲ ମନ୍ଦିରର ସେକ୍ରେଟାରୀ ଆର.ପି. ନାୟାର କହିଛନ୍ତି। ନବରାତ୍ରୀ ଉତ୍ସବରେ ଦେବୀ ଦୁର୍ଗା ଏବଂ ତାଙ୍କର ନଅ ରୂପକୁ ପୂଜା କରାଯାଇଥାଏ। ଏହି ବୋମ୍ମାଇ କୋଲୁ ପ୍ରଦର୍ଶନ ଉତ୍ସବ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ସେ କହିଛନ୍ତି।

Share