ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ

ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଇରାନର ମାଜନ୍ଦରାନ ଓ ଗିଲାନ୍‌ ରାଜ୍ୟ ଏବଂ ପଶ୍ଚିମ ଇରାନର ହମାଦାନ୍‌ ରାଜ୍ୟର ବିଭିନ୍ନ ସହରରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍‌ନାକୁ ଆସିଛି। ସେହିପରି ବିଷାକ୍ତ ମଦ ପିଇ ଶତାଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପ୍ରକାଶ ଯେ, ଇରାନରେ ୧,୯୭୯ରେ ଦେଖାଦେଇଥିବା ଇସ୍‌ଲାମିକ ବିପ୍ଳବ ପରେ କଠୋରପନ୍ଥୀ ଇସଲାମିକ୍‌ ସଙ୍ଗଠନକୁ ଶାସନ ଭାର ମିଳିଥିଲା। ଏହାପରେ ଇରାନରେ ମଦ୍ୟପାନକୁ ନିଷେଧ କରାଯାଇଥିଲା। ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ବହୁ ଇରାନବାସୀ ଚୋରାରେ ମଦ କିଣିଛୁନ୍ତି।

କିଛି ଲୋକ ବ୍ୟକ୍ତିଗତ ଭାବେ ଉପଭୋଗ କରିବା ପାଇଁ ଘରେ ମଧ୍ୟ ମଦ ପ୍ରସ୍ତୁତ କରୁଛନ୍ତି। ଗତ କିଛି ବର୍ଷ ହେବ ଦେଶରେ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ୨୦୨୦ରେ ବିଷାକ୍ତ ମଦ ପିଇ ଇରାନର ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି...

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ...

ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ...

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର

ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର...

‘କିଛି କଟାକ୍ଷ ସମସ୍ତଙ୍କ ଜୀବନର ଅଂଶ’ : ଶ୍ୱଶୁରଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୨୧।୪: ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮ଏ ଅନୁଯାୟୀ ହୋଇଥିବା ମାମଲାକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image