୭ ମାସରେ ଦେଶ ଛାଡ଼ିଛନ୍ତି ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ…

କାବୁଲ୍‌,୨୮।୭: ଆଫଗାନିସ୍ତାନରେ ତାଲିବାନ ଶାସନ ପୁଣି ଫେରିବାକୁ ଯାଉଛି। ଫଳରେ ଏବେ ଦେଶର ସାଧାରଣ ଲୋକଙ୍କ ସମ୍ଭୁଖରେ କ୍ଷୁଧା, ଅସହାୟତା, ରୋଗ ଏବଂ ମୃତ୍ୟୁର ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛି। ଛୋଟପିଲା, ବୃଦ୍ଧ, ଯୁବତୀ,ଯୁବକ ମହିଳା ସଭିଏଁ କୋକୁଆ ଭୟରେ ଦିନ ବିତାଉଛନ୍ତି। ଆଫଗାନିସ୍ତାନର ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ପାଇଁ ଏବେ ଭାଗ୍ୟ ଆଦରି ପଡ଼ିରହିଛନ୍ତି। ସରକାର ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧରେ ସାଧାରଣ ଲୋକଙ୍କ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ରହିଛି। ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗତ ୭ ମାସ ମଧ୍ୟରେ ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ ଜୀବନ ବଞ୍ଚାଇବା ଲାଗି ଭିଟାମାଟି ଛାଡ଼ିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ତେବେ ଏଭଳି ଲୋକଙ୍କ ସଂଖ୍ୟା ୩୦ ଲକ୍ଷ ୫୦ ହଜାରରୁ ଅଧିକ ଛୁଇଁଛି। ଏବେ ଦୀର୍ଘ ୨୦ ବର୍ଷ ପରେ, ଆମେରିକୀୟ ଏବଂ ନାଟୋ ସୈନ୍ୟ ଆଫଗାନିସ୍ତାନରୁ ଫେରିବା ଆରମ୍ଭ କରିଛନ୍ତି। ଏହା ତାଲିବାନ ଆତଙ୍କବାଦୀଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିଛି।

Share