୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେସିଂ ମାଧ୍ୟମରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ଟଙ୍କା ପ୍ରଦାନ କରିଛନ୍ତି। ମୋଟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଏହି ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଚାଷୀ ତାର ଉତ୍ପାଦିତ ଉଚିତ ମୂଲ୍ୟ ପାଉ। ଚାଷୀଙ୍କ ରୋଜଗାର ବୃଦ୍ଧିପାଉ ଏବଂ ଜୀବନ ଧାରଣରମାନ ଉନ୍ନତ ହୋଇ ସମ୍ମାନର ସହ ବଞ୍ଚୁ। ଚାଷୀଙ୍କ ପାଇଁ ଆରମ୍ଭରୁ କାମ କରିଆସିଛି ଏବଂ କରିଚାଲିବି। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏମ୍‌ଏସ୍‌ପିକୁ ୨ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି। ଏହାସହ କୃଷିଜାତ ଦ୍ରବ୍ୟର ବିକ୍ରି ପାଇଁ ମାର୍କେଟିଂ ଭିତ୍ତିଭୂମିକୁ ସୃଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଥିଲେ।

Share