୩ କୋଟିରୁ ଅଧିକ ଗରିବ ଲୋକ ଦେବେନି ଭୋଟ !

ଓ୍ବାଶିଂଟନ, ୧୩।୮: ଆମେରିକାରେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଠାରେ ଭୋଟର ସଂଖ୍ୟା ୮ କୋଟିରୁ ଅଧିକ ରହିଛନ୍ତି। ତେବେ ଚଳିତ ନିର୍ବାଚନରେ ୩ କୋଟି ୮୦ ଲକ୍ଷରୁ ଅଧିକ ଗରିବ ଲୋକ ଭୋଟ ନ ଦେବାର ସମ୍ଭାବନା ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୋର ପିପୁଲ୍ସ୍‌ କ୍ୟାମ୍ପେନ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଆମେରିକାରେ ୬ କୋଟି ୩୦ ଲକ୍ଷରୁ ଅଧିକ ଗରିବ ଲୋକ ରହିଛନ୍ତି। ସେମାନଙ୍କ ମ୍ୟରେ ୫୦ ପ୍ରତିଶତ ଲୋକ ଭୋଟ ଦେବେ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। କରୋନ ସଙ୍କଟରେ ଗରିବ ଲୋକଙ୍କ ପେଟରେ ଭୋକ ଏବଂ ମନରେ କୋହ ଭରି ରହିଛି। ଏହାର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ଥିବା ରିପୋର୍ଟ କୁହାଯାଇଛି। ଦେଶର ୧୩ଟି ରାଜ୍ୟର ଗରିବ ଲୋକେ ନିର୍ବାଚନରେ ଭୋଟ ଦେବେନି ବୋଲି ପ୍ରଦର୍ଶନ ଇତିମଧ୍ୟରେ ଆରମ୍ଭ କରିଦେଇଛନ୍ତି। ଫଳରେ ୧୦ଟି ରାଜ୍ୟର ଭୋଟିଂ ଉପରେ ଗରିବ ଭୋଟରଙ୍କ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

Share